Saturday, May 30, 2026
24.7 C
Odisha

    ସାନ୍ଦୁଲନଦୀରେ ବୁଡ଼ି ବିଲାଟଗାଁର ୨ ବାଳିକା ମୃତ

    ଆଗକୁ ପଢନ୍ତୁ

    ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନସ୍ଥ ରୁପ୍ରାରୋଡ ପଞ୍ଚାୟତର ବିଲାଟ ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ମୁତାବକ ବିଲାଟ ଗ୍ରାମର ସନ୍ତୋଷ ହରିଜନଙ୍କ ଝିଅ ରିଙ୍କି ହରିଜନ (୧୬) ଓ ସୋନୁ ଦୁର୍ଗାଙ୍କ ନାବାଳିକା ଝିଅ ନୈନା ଦୁର୍ଗା (୧୭) ନିକଟସ୍ଥ ସାନ୍ଦୁଲ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧେଇବା ବେଳେ ସେମାନେ ଗଭୀର ପାଣିକୁ ଖସିଯାଇ ବୁଡ଼ି ଯାଇଥିଲେ । ଗାଁ ଲୋକେ ଖବର ପାଇ ନର୍ଲା ଦମକଳ କେନ୍ଦ୍ରକୁ ଜଣାଇ ଥିଲେ । ଦମକଳବାହିନୀ ପାଣି ଭିତରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । ନର୍ଲା ପୁଲିସ ଦୁଇ ମୃତଦେହ ଜବତ କରି ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମୃତ ଦୁଇ ଝିଅଙ୍କ ଶବକୁ ମ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    83 %
    3.3kmh
    100 %
    Fri
    25 °
    Sat
    41 °
    Sun
    39 °
    Mon
    40 °
    Tue
    42 °

    ସମ୍ବନ୍ଧିତ