Sunday, October 4, 2026
24.3 C
Odisha

    ଭାରତ ସହିତ କାହିଁକି ବିବାଦ ବଢାଉଛି କାନାଡା ?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କାନାଡା ଓ ଭାରତ ମଧ୍ୟରେ କୂଟନୈତିକ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। କାନାଡା ଯେମିତି ଭାରତ ଉପରେ ଅଭିଯୋଗ ଆଣିଛି, ଭାରତ ମଧ୍ୟ ନିଜ ଭାଷାରେ ଜବାବ ଦେଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାଷା ଏବଂ ସାର୍ବଜନୀନ ବୟାନ ସଂପର୍କକୁ ଦିନକୁ ଦିନ ଅତି ଖରାପ କରୁଛି । କିନ୍ତୁ ଏହି ବିବାଦର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିପାରେ । ଭିସା ହେଉ, ଛାତ୍ରଛାତ୍ରୀଙ୍କ ସମସ୍ୟା ହେଉ କିମ୍ବା ବ୍ୟବସାୟ ସବୁ କ୍ଷେତ୍ରରେ ଏହି ଉତ୍ତେଜନାର ପ୍ରଭାବ ଅନୁଭୂତ ହେବ। ବିଶେଷଜ୍ଞଙ୍କ ମତରେ ସେ ନିଜ ଘରୋଇ ରାଜନୀତିରୁ ଧ୍ୟାନ ହଟାଇବା ପାଇଁ ଏବଂ ନିଜ ରାଜନୈତିକ ସ୍ଥିତିକୁ ବଞ୍ଚାଇବା ପାଇଁ ଏପରି କରୁଛନ୍ତି, ଯାହାଦ୍ୱାରା ତାଙ୍କ ଜନସାଧାରଣଙ୍କ ଧ୍ୟାନ ହଟାଇ ହେବ । ଅନ୍ତର୍ଜାତୀୟ ବ୍ୟାପାର ବିଶେଷଜ୍ଞ ପ୍ରଫେସର ସ୍ୱର୍ଣ୍ଣ ସିଂହ କହିଛନ୍ତି ଯେ କାନାଡାରେ ଟ୍ରୁଡୋଙ୍କ ଲୋକପ୍ରିୟତା ହ୍ରାସ ପାଇଛି ଏବଂ ସେ ପ୍ରଧାନମନ୍ତ୍ରୀ ଭାବେ ରହିବେ କି ନାହିଁ ତାକୁ ନେଇ କ୍ରମାଗତ ପ୍ରଶ୍ନ ଉଠୁଛି। କେବଳ ପ୍ରଧାନମନ୍ତ୍ରୀ ଭାବରେ ନୁହେଁ, ତାଙ୍କ ଦଳର ନେତା ଭାବରେ ମଧ୍ୟ । ଗତ ମାସରେ ଶିଖ୍ ସମ୍ପ୍ରଦାୟର ପ୍ରମୁଖ ନେତା ଜଗମିତ୍ ସିଂହ ମେଣ୍ଟ ସରକାରରୁ ନ୍ୟୁ ଡେମୋକ୍ରାଟିକ୍ ପାର୍ଟିର ସମର୍ଥନ ପ୍ରତ୍ୟାହାର କରିନେଇଥିଲେ। ଆସନ୍ତା ବର୍ଷ ଅକ୍ଟୋବରରେ କାନାଡାରେ ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏହି ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏବଂ ନିଜକୁ ବଞ୍ଚାଇବା ପାଇଁ ଟ୍ରୁଡୋ ଏସବୁ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ