Saturday, October 10, 2026
24.4 C
Odisha

    ସାବଧାନ: ଛୋଟ ପିଲାଙ୍କୁ ହୋଇପାରେ ଡିହାଇଡ୍ରେସନ୍‌; ଏହାର ଲକ୍ଷଣ କଣ?

    ଆଗକୁ ପଢନ୍ତୁ

    ଖରା ଦିନରେ ଅସମ୍ଭାଳ ହେଉଛି ତାତି। ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଘରୁ ବାହାରିବାକୁ ନିରାପଦ ମଣୁନାହାନ୍ତି ଲୋକେ। ଏପରି ସମୟରେ ଛୋଟ ପିଲାଙ୍କୁ ହୋଇପାରେ ଡିହାଇଡ୍ରେସନ୍‌। ତେବେ ଏଠି ପ୍ରଶ୍ନ ଉଠୁଛି, ଛୋଟ ପିଲାଙ୍କୁ ଏହି ରୋଗ ହେଲେ କେମିତି ଜାଣିବେ? ଏହାର ଲକ୍ଷଣ କଣ? ଆଉ ଏହାର ପ୍ରତିକାର କଣ? ଏ ନେଇ କଣ କହୁଛନ୍ତି ବିଶେଷଜ୍ଞ?।

    ଛୋଟ ପିଲାଙ୍କ ଶରୀର ସହଜରେ ପାଣିର ଅଭାବରେ ପଡ଼ିଯାଏ। କାରଣ ସେମାନଙ୍କ ଶରୀର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ଅଧିକ ସକ୍ଷମ ନୁହେଁ। ବିଶେଷକରି ନବଜାତ ଶିଶୁ, ଛୋଟ ପିଲା, ଶାରୀରିକ ଦୁର୍ବଳ ଓ ବାହାରେ ଖେଳୁଥିବା ପିଲାମାନେ ଡିହାଇଡ୍ରେସନ୍‌ରେ ଶିକାର ହୋଇଥାନ୍ତି। କେବେ କେବେ ମାତାପିତା ଆରମ୍ଭିକ ଲକ୍ଷଣକୁ ଅଣଦେଖା କରିଦେଇଥାନ୍ତି, ଯାହାରୁ ସମସ୍ୟା ବଢ଼ିଯାଏ।

    ଛୋଟ ପିଲାଙ୍କ ମଧ୍ୟରେ ଡିହାଇଡ୍ରେସନ୍‌ର ଲକ୍ଷଣ କଣ?

    Nemours KidsHealth ଅନୁସାରେ, ଡିହାଇଡ୍ରେସନ୍ ହେଲେ ପିଲାମାନଙ୍କ ଶରୀର କିଛି ସଙ୍କେତ ଦେଖାଦେଇଥାଏ। ଯାହାକୁ ଚିହ୍ନଟ କରିବା ଜରୁରୀ। ପିଲାମାନଙ୍କୁ ବାରମ୍ବାର ଶୋଷ ଲାଗିଥାଏ। ମୁହଁ ଓ ଓଠ ଶୁଖିଯିବା ହେଉଛି ଆରମ୍ଭିକ ଲକ୍ଷଣ। ଏହା ସହିତ ପିଲା ଅଲସ କିମ୍ବା ଚିଡ଼ଚିଡ଼ା ହୋଇଯିବା ଓ ଖେଳରେ ରୁଚି ନ ରଖିବା ଆଦି ଲକ୍ଷଣ ଦେଖାଦେଇଥାଏ। କେତେକ ଘଟଣାରେ ପରିଶ୍ରା କମ ହୋଇଥାଏ କିମ୍ବା ଗାଢ଼ ହଳଦୀଆ ରଙ୍ଗର ହୋଇଥାଏ। ପିଲାମାନଙ୍କ ଆଖି ପସିଯାଇଥିବା ପରି ଲାଗିପାରେ। କାନ୍ଦିବା ବେଳେ ଲୁହ କମ ଆସିପାରେ। ଏହି ସବୁ ଲକ୍ଷଣ ଠିକ୍ ସମୟରେ ଧ୍ୟାନ ନ ଦେଲେ, ପରିସ୍ଥିତି ଭୟଙ୍କର ହେବ।

     

     

    ଡିହାଇଡ୍ରେସନ୍‌ରୁ ପିଲାଙ୍କୁ କେମିତି ବଞ୍ଚାଇବେ?

    ପିଲାମାନଙ୍କୁ ଡିହାଇଡ୍ରେସନ୍‌ରୁ ବଞ୍ଚାଇବା ପାଇଁ ସମୟ-ସମୟରେ ପାଣି ପିଅଇବା ଆବଶ୍ୟକ। ଗ୍ରୀଷ୍ମରେ କେବଳ ପାଣି ନୁହେଁ, ନଡ଼ିଆ ପାଣି, ଏବଂ ଘରୋଇ ଓଆରଏସ୍ ଦେବା ଉପକାରୀ। ପିଲାମାନଙ୍କୁ ଦୀର୍ଘ ସମୟ ଖରାରେ ଖେଳିବାକୁ ଛାଡ଼ନ୍ତୁ ନାହିଁ। ବାହାରକୁ ଯିବାବେଳେ ମୁଣ୍ଡ ଢାକି ରଖନ୍ତୁ। ହଲୁକା ଓ ପୌଷ୍ଟିକ ଖାଦ୍ୟ ଦିଅନ୍ତୁ। ଯେଉଁଥିରୁ ଶରୀରକୁ ଆବଶ୍ୟକ ପୋଷକତତ୍ତ୍ୱ ମିଳିଥାଏ। ପରିଷ୍କାରତାର ଧ୍ୟାନ ରଖନ୍ତୁ। ଠିକ୍ ଯତ୍ନ ନେଲେ ଏହି ସମସ୍ୟାରୁ ସହଜରେ ବଞ୍ଚିପାରିବେ।

    ଏହା ମଧ୍ୟ ଜରୁରୀ

    ଯଦି ପିଲାରେ ଡିହାଇଡ୍ରେସନ୍‌ର ଲକ୍ଷଣ ଅଧିକ ଦେଖାଯାଏ; ଯେପରିକି ଅତ୍ୟଧିକ ଅଲସ ଛାଡ଼ିବା ବା ବାରମ୍ବାର ବାନ୍ତି କିମ୍ବା ପରିଶ୍ରା ସମ୍ପୂର୍ଣ୍ଣ ବନ୍ଦ ହେଉଛି, ତାହାହେଲେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ। ଠିକ୍ ସମୟରେ ଚିକିତ୍ସା ନକଲେ ସ୍ଥିତି ଗମ୍ଭୀର ହୋଇପାରେ। ସେଥିପାଇଁ ମାତାପିତାଙ୍କୁ ସତର୍କ ରହି ପିଲାମାନଙ୍କ ସ୍ୱାସ୍ଥ୍ୟରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ