Sunday, October 11, 2026
22.1 C
Odisha

    ସାବିତ୍ରୀ ପୂଜୁଥିଲା ସ୍ତ୍ରୀ, ପ୍ରାଣ ହାରିଦେଲା ସ୍ୱାମୀ

    ଆଗକୁ ପଢନ୍ତୁ

    ବାଲେଶ୍ୱର   :   ସାବିତ୍ରୀ ଦିନ ଏକ ଦୁଃଖଦାୟକ ଘଟଣା ବାଲେଶ୍ୱରର ପଣାପଣ ପଞ୍ଚାୟତରୁ ସାମ୍ନାକୁ ଆସିଛି। ଏଠାରେ ସ୍ତ୍ରୀ ଜଣକ ନିଜ ସ୍ୱାମୀ ପାଇଁ ପାଖରେ ଥିବା ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ହେଲେ ତାଙ୍କ ସ୍ୱାମୀ ସେହି ସମୟରେ ଘରେ ପ୍ରାଣହାରିଦେଇଛନ୍ତି।

    ମୃତକଙ୍କ ନାମ ହେଉଛି ପଦ୍ମଲୋଚନ ବେହେରା, ବୟସ ୪୮। ଏହି ଘଟଣାଟି ମଲଦାପଡ଼ା ଗାଁରେ ଘଟିଛି। ରିପୋର୍ଟ ମୁତାବକ, ପଦ୍ମଲୋଚନ ନିଜ ଘର ପଙ୍ଖାରେ ଝୁଲିପଡି ପ୍ରାଣହାରିଛନ୍ତି। ଏହି ଘଟଣା ବିଷୟରେ ଯେତେବେଳେ ଜଣାପଡ଼ିଲା ସଙ୍ଗେ ସଙ୍ଗେ ମନ୍ଦିରରେ ପୂଜା କରୁଥିବା ସ୍ତ୍ରୀ ଜୟନ୍ତିଙ୍କୁ ଘର ଲୋକେ ଯାଇ ଜଣାଇଥିଲେ।  ଏହାପରେ ପଦ୍ମଲୋଚନକୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ପାଖରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ଏହି ଘଟଣା ସମ୍ବନ୍ଧରେ ପୋଲିସ ଜାଣିବା ପରେ ହସ୍ପିଟାଲରେ ଥିବା ମୃତଦେହକୁ ଉଦ୍ଧାର କରିଥିଲା। ଏହାପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହ ଘଟଣାସ୍ଥଳରେ ପହଞ୍ଚି ଏହି ମାମଲାର ଯାଞ୍ଚ କରୁଛି ପୋଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ