Wednesday, October 14, 2026
26.2 C
Odisha

    ତାଲା ଭାଙ୍ଗି ୨୦ଲକ୍ଷର ସୁନା-ରୁପା ଓ ୮୦ ହଜାର ନଗଦ ଟଙ୍କା ଲୁଟ୍

    ଆଗକୁ ପଢନ୍ତୁ

    ସୋର : ତାଲା ଭାଙ୍ଗି ୨୦ଲକ୍ଷର ସୁନା-ରୁପା ଓ ୮୦ ହଜାର ନଗଦ ଟଙ୍କା ଲୁଟ୍। ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବାରିଙ୍ଗିଆ ଗାଁରେ ଲୁଟେରାଙ୍କ ଆତଙ୍କ ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଗାଁର ଅନନ୍ତ କୁମାର ମିଶ୍ରଙ୍କ ଘର ତାଲା ଭାଙ୍ଗି ୨୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ରୁପା ଅଳଙ୍କାର ସମେତ ନଗଦ ୮୦ହଜାର ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି । ଅନନ୍ତ ମିଶ୍ର ଓ ତାଙ୍କ ସ୍ତ୍ରୀ ପାଖରେ ଥିବା ମାଟି ଘରେ ଶୋଇଥିବା ବେଳେ ପକ୍କା ଘରେ କେହି ନଥିଲେ l ଦୁଇ ପୁଅ ବାହାରେ ରହୁଥିବା ବେଳେ ଘରେ କେବଳ ବାପା ମା ରହୁଥିଲେ । ଭୋରରୁ ଉଠି ଦେଖିବାବେଳକୁ ଗ୍ରୀଲ ଖୋଲାଥିବା ଦେଖିବାକୁ ପାଇଥିଲେ ।

    ଅନ୍ୟପଟେ ଚୋରି ହୋଇଥିବା ଘରଠାରୁ ୨କିଲୋମିଟର ଦୂରରେ ଗାଁର କିଛି ଯୁବକ ଭୁବନେଶ୍ବରରୁ ଘରକୁ ଫେରୁଥିବାବେଳେ ୪ଜଣ ଯୁବକ ବଜାରରେ ଥିବାବେଳେ ଲୋକମାନେ ତାଙ୍କୁ ବିଭିନ୍ନ କଥା ପଚାରିବାରୁ ସେ ଦୁଇଟି ବାଇକ ଛାଡି ଫେରାର ହୋଇଯାଇଥିଲେ। ବାଇକରେ ଥିବା ବ୍ୟାଗରେ ଏକ ଶାବଳ, କଟର ମେସିନ, ଡ୍ରିଲ ମେସିନ ଓ ଥିବା ଦେଖିବାକୁ ମିଳିଛି। ଅଭିଯୋଗ ପରେ ଖଇରା ପୋଲିସ ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ