Sunday, October 4, 2026
28.6 C
Odisha

    ସାମ୍ପ୍ରଦାୟିକ ଉତ୍ତେଜନା; ବନ୍ଦ ହେଲା ସ୍କୁଲ, ବଜାର ଓ ଇଣ୍ଟରନେଟ୍

    ଆଗକୁ ପଢନ୍ତୁ

    ରାଜସ୍ଥାନ: ରାଜସ୍ଥାନର ଉଦୟପୁରରେ ଶୁକ୍ରବାର ଏକ ସରକାରୀ ସ୍କୁଲର ଜଣେ ଛାତ୍ରଙ୍କୁ ଜଣେ ଦଶମ ଶ୍ରେଣୀ ଛାତ୍ର ଛୁରାମାଡ଼ କରିବା ପରେ ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କାର୍ରେ ନିଆଁ ଲଗାଇବା ସହ ପଥର ଫିଙ୍ଗିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଦୟପୁର ଓ ଆଖପାଖ ଅଞ୍ଚଳରେ ଆଜି ରାତି ୧୦ଟାରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ ରଖାଯାଇଛି।
    ସୂଚନା ଅନୁଯାୟୀ, ଭାଟିଆଣୀ ଛୋଟସ୍ଥିତ ସରକାରୀ ସ୍କୁଲରେ ଛୁରାମାଡ଼ ଘଟଣାପଛର କାରଣ ଜଣାପଡ଼ିନାହିଁ। ପୀଡ଼ିତାଙ୍କୁ ଜିଲ୍ଲା ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି। ଏହି ଘଟଣାକୁ ବିରୋଧ କରି ସହରର ମଧୁବନ ଅଞ୍ଚଳରେ କିଛି ହିନ୍ଦୁ ସଂଗଠନର ସଦସ୍ୟ ଏକତ୍ରିତ ହୋଇଥିଲେ। ଉତ୍ତ୍ୟକ୍ତ ଲୋକେ ପଥର ଫିଙ୍ଗିବା ସହ ୩-୪ଟି କାର୍ ରେ ନିଆଁ ଲଗାଇ ଦେଇଥିବା ପୋଲିସ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ