Sunday, April 12, 2026
36.4 C
Odisha

    ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

    ଆଗକୁ ପଢନ୍ତୁ

    ଟିଟିଲାଗଡ଼଼ : ଟିଟିଲାଗଡ଼଼ ଥାନା ଅନ୍ତର୍ଗତ ଖୋଲାଣ ପୋଲ ନିକଟରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ସାମ୍ବାଦିକଙ୍କ କ୍ୟାମେରା ବ୍ୟାଟେରି ସହ ଚିପ୍ସ ଲୁଟ ହୋଇଛି। ଟିଟିଲାଗଡ଼଼ ଅଞ୍ଚଳରେ ଜନୈକ ଶ୍ରମିକ ବିଦ୍ୟୁତ କରେଣ୍ଟ ଲାଗି ମୃତ୍ୟୁବରଣ କରିଥିଲେ। ଏନେଇ ବିଭାଗ ତରଫରୁ ପ୍ରତିକ୍ରିୟା ତଥା ମତାମତ ନେବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଟିଟିଲାଗଡ଼଼ ଟାଟା ପାୱାର ଡିଭିଜନର ଅନେକ ଅଧିକାରୀ, ଏସଡିଓ, ଜେଇ ନିଜ ସରକାରୀ ଡ୍ୟୁଟି ଛାଡି ଖୋଲାଣ ଗ୍ରାମ ଦେଇ ଯାଇଥିବା ଲାନ୍ଥ ନଦୀ ପୋଲ ତଳେ ଥିବା ଆମ୍ବ ବଗିଚାରେ ଭୋଜି ଭାତର ଆସର ଜମାଇଥିଲେ। ସାମ୍ବାଦିକ ସଂଘ ଓୟୁଜେର ଟିଟିଲାଗଡ଼଼ ସମ୍ପାଦକ ସଞ୍ଜୟ ବେହେରା, ଓଟିଭି ସାମ୍ବାଦିକ ଅବିନାଶ ନନ୍ଦ, ତରୁଣ ବେହେରା ଅଧିକାରୀଙ୍କ ମତାମତ ନେବା ପାଇଁ ସେଠାକୁ ଯାଇଥିଲେ। କେଉଁ ପରିସ୍ଥିତିରେ ଶ୍ରମିକର ମୃତ୍ୟୁ ଘଟିଲା। ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ସ୍ଥଳ ଉପରେ ଥିବା ବିଦ୍ୟୁତ ତାର କାହିଁକି ଅପସାରଣ କରାଗଲା ନାହିଁ ଏଭଳି ପ୍ରଶ୍ନ ପଚାରିବାରୁ ଉପସ୍ଥିତ ଥିବା କେତେକ ଅଧିକାରୀ ଉତକ୍ଷିପ୍ତ ହୋଇ ଗଣମାଧ୍ୟମ ପ୍ରତିନିଧି ଉପରେ ଅତର୍କିତ ଭାବରେ ମରଣାନ୍ତକ ଆକ୍ରମଣ କରିଥିଲେ। ଖୋଲାଣ ସରପଞ୍ଚ ନରେଶ ଅଗ୍ରୱାଲ ତଥା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଆହତ ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲେ। ବିଦ୍ୟୁତ ଅଧିକାରୀ ସରପଞ୍ଚ ଶ୍ରୀ ଅଗ୍ରୱାଲଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିବାକୁ ପଛାଇ ନଥିଲେ। ଏନେଇ ଟିଟିଲାଗଡ଼଼ ଥାନାରେ ବିଦ୍ୟୁତ ବିଭାଗର ଅଧିକାରୀ, ଏସଡିଓ, ତଥା ଜେଇ ମାନଙ୍କ ନାମରେ ଆହତ ସାମ୍ବାଦିକ ଲିଖିତ ଅଭିଯୋଗ କରିଛନ୍ତି। ବଲାଙ୍ଗିର ଜିଲା ସାମ୍ବାଦିକ ସଙ୍ଘ ସଭାପତି ଶିବପ୍ରସାଦ ପରିଡା, ବରିଷ୍ଠ ସାମ୍ବାଦିକ ଦିଲୀପ ପୁରୋହିତ, ଶରତ ମିଶ୍ର, ମାନସ ମହାନ୍ତି ପ୍ରମୁଖ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    11 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ