Tuesday, March 31, 2026
30.9 C
Odisha

    ସାର କାରଖାନାରେ ଗ୍ୟାସ ଲିକ୍, ନିକଟରେ ଥିବା ସ୍କୁଲ ପିଲା ଅସୁସ୍ଥ

    ଆଗକୁ ପଢନ୍ତୁ

    କୋଟା : ରାଜସ୍ଥାନର କୋଟାରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି। କୋଟା-ବାରାନ ରାଜପଥରେ ଥିବା ଚମ୍ବଲ ଫର୍ଟିଲାଇଜର୍ସ କେମିକାଲ କମ୍ପାନିରେ ହଠାତ୍ ଗ୍ୟାସ୍ ଲିକ୍ ହୋଇଥିଲା। ଫଳରେ ନିକଟସ୍ଥ ଏକ ସ୍କୁଲର ଏକ ଡଜନରୁ ଅଧିକ ପିଲା ପ୍ରଭାବିତ ହୋଇଥିଲେ। ଗ୍ୟାସ୍ ଲିକ୍ ଯୋଗୁଁ ୧୩ ଜଣ ଶିଶୁ ଚେତା ହରାଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ କୋଟା ଏମବିଏସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନେ ସେଠାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ଖବର ପାଇବା ମାତ୍ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ସିମାଲିଆ ଥାନା ଅଞ୍ଚଳର କୋଟା-ବାରଣ ରାଜପଥର ଗଡ଼େପାନସ୍ଥିତ ଚମ୍ବଲ ଫର୍ଟିଲାଇଜର୍ସ କେମିକାଲ୍ ଲିମିଟେଡ୍ ରେ ହଠାତ୍ ଗ୍ୟାସ୍ ଲିକ୍ ଆରମ୍ଭ ହୋଇଥିଲା। ଏହି ଗ୍ୟାସ୍ ବୟସ୍କଙ୍କୁ ପ୍ରଭାବିତ କରିନଥିଲା, କିନ୍ତୁ ପିଲାମାନେ ଏହାର ଶିକାର ହୋଇଥିଲେ। ଏହି କାରଖାନା ନିକଟରେ ଏକ ସରକାରୀ ବିଦ୍ୟାଳୟ ଅଛି । ଗ୍ୟାସ୍ ଲିକ୍ ଯୋଗୁଁ ଗୋଟିଏ ପରେ ଗୋଟିଏ ୧୩ ଜଣ ପିଲା ଚେତା ହରାଇବାରୁ ବିଦ୍ୟାଳୟରେ ଆତଙ୍କ ଖେଳିଯାଇଛି। ଏହି ଖବର ବ୍ୟାପିବା ପରେ ସ୍କୁଲକୁ ଅଭିଭାବକମାନଙ୍କୁ ସୁଅ ଛୁଟିଥିଲା । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ରବୀନ୍ଦ୍ର ଗୋସ୍ୱାମୀ ଓ ଗ୍ରାମାଞ୍ଚଳ ଏସ୍ପି ସୁଜିତ ଶଙ୍କର ମଧ୍ୟ ସେଠାରେ ପହଞ୍ଚିଥିଲେ। ସେମାନେ ସମଗ୍ର ପରିସ୍ଥିତିର ସମୀକ୍ଷା କରିଥିଲେ। ପିଲାଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.9 ° C
    30.9 °
    30.9 °
    27 %
    0.9kmh
    45 %
    Tue
    32 °
    Wed
    39 °
    Thu
    40 °
    Fri
    40 °
    Sat
    40 °

    ସମ୍ବନ୍ଧିତ