ଦେବଗଡ଼ : ମୁଣ୍ଡ ବୁଲାଇ ମଞ୍ଚରେ ପଡିଗଲେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ । ବାରକୋଟ ବ୍ଳକ ବାସୁପାଲି ଗାଁରେ ଯାତ୍ରା ପରିବେଷଣ ବେଳେ ଅଘଟଣ ଘଟିଛି । ଚିକିତ୍ସା ପାଇଁ ପୀୟୁଷଙ୍କୁ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସିଂହବାହିନୀରେ ନାଟକ ପରିବେଷଣ ବେଳେ ପୀୟୂଷ ଅସୁସ୍ଥ ହୋଇପଡିଥିଲେ । ବିଳମ୍ବିତ ରାତି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଅନୁଷ୍ଠାନ ପକ୍ଷରୁ ନାଟକକୁ ଅଧାରୁ ବନ୍ଦ କରାଯାଇଥିଲା । । ଘଟଣା ପରେ ଅନୁଷ୍ଠାନ ପକ୍ଷରୁ ନାଟକକୁ ଅଧାରୁ ବନ୍ଦ କରାଯାଇଥିଲା । ଘଟଣା ପରେ ଯାତ୍ରା ପରିବେଷଣକୁ ଅଧାରୁ ବନ୍ଦ କରାଯାଇଥିବା ଜଣାପଡ଼ିଛି । ଫଳରେ ଯାତ୍ରା ପ୍ରେମଙ୍କ ମଧ୍ୟ ନିରାଶ ପ୍ରକାଶ ପାଇଛି ।
ସୂଚନା ଅନୁସାରେ, ଗତକାଲି ଦେବଗଡ଼ ଜିଲ୍ଲା ବାସୁପାଲି ଗାଁରେ ‘ସିଂହବାହିନୀ ଯାତ୍ରା ପାର୍ଟି’ ପକ୍ଷରୁ ଏଡ଼ା ଯାତ୍ରା ପରିବେଷଣ ଚାଲିଥିଲା । ଏହି ସମୟରେ ଅଭିନେତା ପୀୟୁଷ ତ୍ରିପାଠୀ ଅଚାନକ ମଞ୍ଚରେ ପଡ଼ିଯାଇଥିଲେ । ଫଳରେ ସେ ଆହତ ହୋଇଥିଲେ । ତାଙ୍କ ମୁଣ୍ଡ ଓ କାନା ପାଖରେ ଆଘତ ଲାଗିଛି । ପୀୟୁଷଙ୍କୁ ଦେବଗଡ଼ ମୁଖ୍ୟହସ୍ପିଟାଲକୁ ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ମିଳିଛି । ସେଠାରେ ତାଙ୍କର ଏମ୍ଆର୍ଆଇ ଓ ସିଟି ସ୍କାନ୍ କରାଯିବ ବୋଲି ଜଣାପଡିଛି।
