Thursday, October 15, 2026
23.8 C
Odisha

    ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରୁ ୬ ସପ୍ତାହରେ ବସ୍ତି ଉଚ୍ଛେଦ ନିର୍ଦେଶ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ନିକଟରେ ଥିବା ୩ଟି ବସ୍ତିକୁ ୬ ସପ୍ତାହ ମଧ୍ୟରେ ଉଚ୍ଛେଦ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏସବୁ ବସ୍ତିରେ ରହୁଥିବା ଲୋକେ ଦିଲ୍ଲୀ ସହର ନିକଟରେ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ସାଭ୍‌ଦା ଘେବ୍ରା ଅଞ୍ଚଳରେ ବସତି ସ୍ଥାପନ କରିବାକୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଓ ବିଚାରପତି ତେଜସ୍‌ କାରିଆ ନିର୍ଦେଶ ଦେଇଛନ୍ତି।
    ସୂଚନାଥାଉ କି ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଥିବା ୩ଟି ବସ୍ତିକୁ ଉଚ୍ଛେଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ସେହି ୩ଟି ବସ୍ତିରେ ରହୁଥିବା ବ୍ୟକ୍ତିଙ୍କୁ ସାଭ୍‌ଦା ଘେବ୍ରା ଅଞ୍ଚଳରେ ଥଇଥାନ କରିବାକୁ ଯୋଜନା କରାଯାଇଥିଲା। ତେବେ ବସ୍ତିବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ଡ୍ରାଇଭର, ଘରୋଇ ସହାୟିକା ଆଦି ଭାବେ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଥିବା ଏବଂ ସାଭ୍‌ଦା ଘେବ୍ରା ଅଞ୍ଚଳରେ ରହିବା ଫଳରେ ସେମାନଙ୍କ ଜୀବିକା ପ୍ରଭାବିତ ହେବା ନେଇ ଅଭିଯୋଗ କରିଥିଲେ। ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି ସେହି ୩ଟି ବସ୍ତିକୁ ୧୫ ଦିନ ମଧ୍ୟରେ ଉଚ୍ଛେଦ କରିବାକୁ ଜଣେ ବିଚାରପତି ରାୟ ଶୁଣାଇଥିଲେ। ଏହି ରାୟ ବିରୋଧରେ ବସ୍ତିବାସିନ୍ଦାଙ୍କ ତରଫରୁ ଅପିଲ୍‌ କରାଯାଇଥିଲା। ଅପିଲ୍‌ର ଶୁଣାଣି କରି ମୁଖ୍ୟ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ନିଜ ରାୟରେ ଦର୍ଶାଇଥିଲେ ଯେ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଥିବା ବସ୍ତି ରହିବା ଅନୁଚିତ୍‌। ଏହି ୩ଟି ବସ୍ତିର ବାସିନ୍ଦାଙ୍କୁ ସାଭ୍‌ଦା ଘେବ୍ରା ଅଞ୍ଚଳରେ ଥଇଥାନ କରିବାକୁ ପ୍ରଶାସନ ତରଫରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ତେଣୁ ୬ ସପ୍ତାହ ମଧ୍ୟରେ ବସ୍ତିବାସିନ୍ଦା ସେଠାକୁ ଚାଲିଯିବା ଯୁକ୍ତିଯୁକ୍ତ ହେବ। ଯଦି ୬ ସପ୍ତାହ ମଧ୍ୟରେ ବସ୍ତିବାସିନ୍ଦା ସାଭ୍‌ଦା ଘେବ୍ରାକୁ ନ ଯାଆନ୍ତି ତେବେ ପ୍ରଶାସନ ପୁଲିସ ସହାୟତାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    90 %
    1kmh
    99 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ