Friday, October 9, 2026
29 C
Odisha

    ସିଜରିଆନ୍‌ ପରେ ସ୍ବାସ୍ଥ୍ୟ ଯତ୍ନ

    ଆଗକୁ ପଢନ୍ତୁ

    ଆଜିକାଲି ମହିଳାମାନେ ସିଜରିଆନ୍‌ ଡେଲିଭରିକୁ ଅଧିକ ଗୁରୁତ୍ବ ଦେଉଛନ୍ତି। କଷ୍ଟ ପାଇ ଶିଶୁଟିଏ ଜନ୍ମ କରିବା ଅପେକ୍ଷା ସରଳ ଭାବରେ ଅସ୍ତ୍ରୋପଚାର କରି ମାଆ ହେଉଛନ୍ତି। ସି ସେକ୍ସନ୍‌ ଡେଲିଭରି ପରେ ସ୍ବାସ୍ଥ୍ୟ ସମସ୍ୟା‌ ଅଧିକ ଦେଖାଯାଏ। ତେଣୁ ଏହାପ୍ରତି ଅଧିକ ଗୁରୁତ୍ବ ଦେବା ନିହାତି ଜରୁରୀ। ଖାଇବା ପିିଇବାଠାରୁ ଆରମ୍ଭ କରି ଚାଲିବା, ଶୋଇବା ପର୍ଯ୍ୟନ୍ତ ଜିନିଷ ଉପରେ ଗୁରୁତ୍ବ ଦେବାକୁ ପଡ଼େ।

    ଏହି ଅସ୍ତ୍ରୋପଚାର ପରେ ମହିଳାମାନେ ଅଧିକ ସମୟ ପର୍ଯ୍ୟନ୍ତ ଭାରୀ ବ୍ୟାୟାମ କରିବାରୁ ଦୂରେଇ ରହିବା ଉଚିତ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ଖାଇବା ଉଚିତ।

    ଏହା ବ୍ୟତୀତ ପାଣି ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ପିଇବା ଉଚିତ।

    ପ୍ରାୟ ୬ ମାସ ପରେ ହିଁ ଓଜନ ହ୍ରାସ ଯୋଜନା କରାଯିବା ଉଚିତ। ଏଥିପାଇଁ ଦୈନନ୍ଦିନ ବ୍ୟାୟାମ ସହିତ, ଖାଦ୍ୟପେୟର ମଧ୍ୟ ଯତ୍ନ ନେବାକୁ ପଡ଼ିବ।

    ପ୍ରସବ ପରବର୍ତ୍ତୀ ୮ ସପ୍ତାହ ପରେ ଓଜନ ହ୍ରାସ କିମ୍ବା କ୍ରାସ୍‌ ଡାଏଟିଂ କରନ୍ତୁନାହିଁ। ଏହା କରିବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ।

    ସି ସେକ୍ସନ୍‌ ପରେ ଖାଦ୍ୟରେ ପ୍ରୋଟିନ୍‌ ଓ ଭିଟାମିନ୍‌ ଅନ୍ତର୍ଭୁକ୍ତ କରିବା ଗୁରୁତ୍ୱପୂର୍ଣ୍ଣ। କାରଣ ପ୍ରସବ ପରେ ମହିଳାଙ୍କ ଶରୀର ଦୁର୍ବଳ ହୋଇଯାଏ।

    ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ଭଲ ଖାଦ୍ୟ ମଧ୍ୟ ଆବଶ୍ୟକ। ଏପରି ନ କରିବା ଦ୍ବାରା ଶରୀରରେ ରକ୍ତହୀନତା ଓ ଥକ୍କାପଣ ଭଳି ସମସ୍ୟା ଦେଖାଦେଇପାରେ।

    ଖାଦ୍ୟରେ କ୍ଷୀର, ଦହି, ମାଂସ, ମାଛ, ଅଣ୍ଡା ଓ ଫଳ ସାମିଲ କରିବା ଉଚିତ। ଏହାବ୍ୟତୀତ ଫଳ ତଥା ସବୁଜ ପନିପରିବା ପ୍ରଚୁର ପରିମାଣରେ ଖାଇବା ଉଚିତ।

    ପ୍ରସବ ପରେ ଶରୀରରେ ଭିଟାମିନ୍‌-ସି ଓ କ୍ୟାଲ୍‌ସିୟମ୍‌ର ବହୁତ ଆବଶ୍ୟକତା ଥାଏ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶରେ ଆପଣ କିଛି ସପ୍ତାହ ପରେ କ୍ଷୀର ସେବନ କରିପାରିବେ, କିନ୍ତୁ କୋଷ୍ଠକାଠିନ୍ୟ ସୃଷ୍ଟି କରୁଥିବା ଜିନିଷ ଖାଇବାରୁ ଦୂରେଇ ରୁହନ୍ତୁ।

    ସି ସେକ୍ସନ୍‌ ଡେଲିଭରି ପରେ, ମହିଳାମାନେ ଫାଷ୍ଟଫୁଡ୍‌ ଏବଂ ପିଜା, ବର୍ଗର, ଚାଉମିନ ଭଳି ଜଙ୍କ୍‌ଫୁଡ୍‌ଠାରୁ ଦୂରେଇ ରହିବା ଉଚିତ।

    ରିଫାଇନ୍‌ ମଇଦାରୁ ତିଆରି ଅନ୍ୟ ଜିନିଷ ଖାଇବାଠାରୁ ମଧ୍ୟ ଦୂରେଇ ରହିବା ଉଚିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29 ° C
    29 °
    29 °
    59 %
    1.9kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ