Friday, October 2, 2026
22.2 C
Odisha

    ସିଜିମାଳି ତାତି ; ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କୁ ଭେଟିଲେ ସସ୍ମିତ ପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପୁଣି ତେଜିଲା ସିଜିମାଳି ତାତି। ସିଜିମାଳି ପାଇଁ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ବିଜେଡି ସାଂସଦ ସସ୍ମିତ ପାତ୍ର ଆନୁଷ୍ଠାନିକ ଭାବେ ଏନସିଏସଟି (NCST) ରେ ସିଜିମାଳି ମାମଲା ରୁଜୁ କରିଛନ୍ତି।

    ଜାତୀୟ ଅନୁସୂଚିତ ଜନଜାତି କମିଶନର ଶ୍ରୀ ଅନ୍ତର ସିଂହ ଆର୍ଯ୍ୟ ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ତାଙ୍କ କାର୍ଯ୍ୟାଳୟରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଦ୍ୱାରା ଓଡ଼ିଶାର ସିଜିମାଳିରେ ବକ୍ସାଇଟ୍ ଖଣି ପ୍ରକଳ୍ପକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଏବଂ ଆଦିବାସୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସମ୍ପର୍କିତ ଘଟଣାକୁ ନେଇ ଆବେଦନ ଗ୍ରହଣ କରିଛନ୍ତି। ଅଧ୍ୟକ୍ଷ ଶ୍ରୀ ଅନ୍ତର ସିଂହ ଆର୍ଯ୍ୟ ଏହି ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ସେ ତୁରନ୍ତ ମାମଲା ରୁଜୁ କରିବା ସହ ସଂପୃକ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିବା ଓ ଜବାବ ମାଗିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ଅନୁଯାୟୀ, ଏନସିଏସଟିରୁ ଏକ ଦଳ ସିଜିମାଳି ଗସ୍ତ କରିପାରିବେ। ଏହି ମାମଲାରେ ଡକ୍ଟର ସସ୍ମିତ ପାତ୍ରଙ୍କୁ ମୁଖ୍ୟ ଆବେଦନକାରୀ ଭାବେ ସୂଚନା ପ୍ରଦାନ କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କମିଶନଙ୍କ ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ଏହି ସମ୍ବେଦନଶୀଳ ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।

    ସୂଚନାନୁଯାୟୀ, ରାୟଗଡ଼ା ଜିଲା ସିଜିମାଳିରେ ପ୍ରସ୍ତାବିତ ବକ୍ସାଇଟ୍ ଖଣି ପ୍ରକଳ୍ପକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଏବଂ ଆଦିବାସୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ନିକଟରେ ଏକ ପିଟିସନ ଦାଖଲ କରିଥିଲେ ସାଂସଦ ଡ. ସସ୍ମିତ ପାତ୍ର। ତୁରନ୍ତ ଏହି ଘଟଣାକୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉ ଏବଂ ତଦନ୍ତ କରାଯାଉ ବୋଲି ସସ୍ମିତ୍ କହିଥିଲେ।
    ଆହୁରି ମଧ୍ୟ ସେ କହିଥିଲେ ମୁଁ ଜାତୀୟ ଅନୁସୂଚିତ ଜନଜାତି ଅଧ୍ୟକ୍ଷଙ୍କୁ ମୁଁ ଭେଟିବାକୁ ଚେଷ୍ଟା କରିଥିଲି। କିନ୍ତୁ ସେ ମଧ୍ୟପ୍ରଦେଶ ଯାଇଥିଲେ। ମୁଁ ତାଙ୍କୁ ଫୋନରେ ଯୋଗାଯୋଗ କରିଥିଲି। ସେ ମୋ ସହ ବହୁ ଆଦର ଏବଂ ସମ୍ମାନର ସହ କଥା ହୋଇଥିଲେ। ମୁଁ ତାଙ୍କୁ ସିଜିମାଳି ଘଟଣା ବିଷୟରେ ସମ୍ପୂର୍ଣ୍ଣ ଅବଗତ କରିଥିଲି। ସେ ତାଙ୍କୁ ଇମେଲ କରିଥିବା କଥା ମଧ୍ୟ କହିଥିଲେ।

    ସିଜିମାଳିରେ ଖଣି ଖନନ ଏବଂ ପ୍ରକଳ୍ପ କାର୍ଯ୍ୟକୁ ନେଇ ସ୍ଥାନୀୟ ଆଦିବାସୀମାନେ ଦୀର୍ଘ ଦିନରୁ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଏହି ବିବାଦକୁ ଆହୁରି ଜଟିଳ କରିଛି। ବର୍ତ୍ତମାନ କମିଶନଙ୍କ ହସ୍ତକ୍ଷେପ ପରେ ଏହି ମାମଲା କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ