Thursday, July 23, 2026
23.7 C
Odisha

    ସିବିଏସଇର ବଡ଼ ନିଷ୍ପତ୍ତି, ୯ମ ଏବଂ ୧୦ମରେ ୩ଟି ଭାଷା ବାଧ୍ୟତାମୂଳକ, ଜୁଲାଇ ୧ରୁ ହେବ ଲାଗୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଜୁଲାଇ ୧ରୁ ୯ମ ଏବଂ ୧୦ମ ଶ୍ରେଣୀ ଛାତ୍ରଙ୍କ ପାଇଁ ୩ଟି ଭାଷା ଜାଣିଥିବା ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ନିୟମ ଜୁଲାଇ ୧, ୨୦୨୬ ଶିକ୍ଷାବର୍ଷ ୨୦୨୬-୨୭ରୁ ଆରମ୍ଭ ହେବ । ବୋର୍ଡ ଦ୍ବାରା ଜାରି ହୋଇଥିବା ସର୍କୁଲାର ଅନୁସାରେ, ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଏବଂ ନ୍ୟାସନାଲ କରିକୁଲମ ଫ୍ରେମୱାର୍କ ୨୦୨୩ ଅଧିନରେ ଏହି ନିଷ୍ପତ୍ତି ନିଆଯାଇଛି ।

    ନୂଆ ଶିକ୍ଷାବର୍ଷ ପାଇଁ ୯ମ ଛାତ୍ର ୩ଟି ଭାଷାରେ ପଢିବା ବାଧ୍ୟତାମୂଳକ । ଏହି ନିୟମରେ ୩ଟି ଭାଷା ମଧ୍ୟରେ ଅତିକମରେ ୨ଟି ଭାଷା ଭାରତୀୟ ହେବା ଜରୁରୀ । ନୂଆ ବ୍ୟବସ୍ଥା ଅନୁସାରେ ତିନୋଟି ଭାଷାରୁ ଅନ୍ୟୁନ ଦୁଇଟି ଭାରତୀୟ ନେଟିଭ ଭାଷା ହେବା ଆବଶ୍ୟକ ରହିବ । ତଥାପି ଦଶମ ବୋର୍ଡ ପରୀକ୍ଷାରେ ତୃତୀୟ ଭାଷା ପରୀକ୍ଷା ଦେବା ବାଧ୍ୟତାମୂଳକ ହେବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି । ତୃତୀୟ ଭାଷା ଭାବେ ଆଞ୍ଚଳିକ ଭାଷାଗୁଡିକର ତାଲିକାରେ ‘ଓଡ଼ିଆ’ ସହିତ ମୋଟ ୧୯ଟି ଭାଷାକୁ ସ୍ଥାନ ଦିଆଯାଇଛି ।

    ଯେଉଁ ଛାତ୍ରମାନେ ବିଦେଶୀ ଭାଷା (ଫ୍ରେଞ୍ଚ, ଜର୍ମାନୀ) ଆଦି ପଢିବାକୁ ଚାହୁଁଛନ୍ତି, ସେମାନେ ୩ୟ ଭାଷାକୁ ଚୟନ କରିପାରିବେ । ଛାତ୍ରଛାତ୍ରୀ ଚାହିଁଲେ ୪ର୍ଥ ଭାଷା ମଧ୍ୟ ପଢିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    91 %
    2kmh
    100 %
    Thu
    29 °
    Fri
    28 °
    Sat
    29 °
    Sun
    31 °
    Mon
    31 °

    ସମ୍ବନ୍ଧିତ