Thursday, October 8, 2026
22.7 C
Odisha

    ସିବିଏସ୍ଇ ୧୦ମ ବୋର୍ଡ ପରୀକ୍ଷାରେ ବାଜି ମାରିଲେ ଟିଏସଜି ଛାତ୍ରଛାତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ନିକଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ)ର ୧୦ମ ପରୀକ୍ଷା ଫଳ ପ୍ରକାଶ ପାଇଛି । ପୂର୍ବ ଅପେକ୍ଷା ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ପ୍ରତିବର୍ଷ ଅପେକ୍ଷା ଏହି ବର୍ଷ ପରୀକ୍ଷାର ରେକର୍ଡ କିଛି ଭିନ୍ନ ରହିଛି । ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଦୁଇ ପାଦ ଆଗରେ ରହି ଭଲ ପ୍ରଦର୍ଶନ କରିଛନ୍ତି । ଚଳିତ ବର୍ଷ ମଦର ପବ୍ଲିକ୍ ସ୍କୁଲର ଟିନା ରଥ ୫୦୦ରୁ ୫୦୦ ମାର୍କ ରଖି ଟପର୍ ହୋଇଛନ୍ତି । ଯାହା ଏକ ବିରଳ ରେକର୍ଡ । ସିବିଏସଇର ଦୁଇ ଟପର୍ ଛାତ୍ରୀ ଟିନା ଓ ଆଲିଶାଙ୍କୁ ଭେଟି ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

    ସେହିପରି ଭୁବନେଶ୍ବରର ଶିକ୍ଷାନୁଷ୍ଠାନ ଟାଇମ୍ସ ଗୁରୁକୁଳର ଛାତ୍ରଛାତ୍ରୀମାନେ ମଧ୍ୟ ସିବିଏସ୍ଇର ୧୦ମ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛନ୍ତି । ଏହା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ କହିଲେ କିଛି ଭୁଲ ହେବ ନାହିଁ । ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ଟାଇମ୍ସ ଗୁରୁକୁଳ । ବିଦ୍ୟାଳୟର ପାସ୍‌ ହାର ୧୦୦ ପ୍ରତିଶତ ରହିଛି। ବିଦ୍ୟାଳୟର ଛାତ୍ର ଶ୍ରୀମାନ ଆୟୁଷ ଅର୍ପିତ ସାହୁ ସର୍ବାଧ‌ିକ ୯୯ ପ୍ରତିଶତ ମାର୍କ ରଖି ସ୍କୁଲ ଟପ୍ସର ହୋଇଥିବା ସମୟରେ ୬୦ ପ୍ରତିଶତ ପିଲାମାନେ ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଭଳି ଗୌରବମୟ ମୁହୂର୍ତ୍ତରେ ବିଦ୍ୟାଳୟର ପ୍ରତିଷ୍ଠାତା ଡ.ଶାରଦା ପ୍ରସାଦ ମିଶ୍ର, ଅଧ୍ଯକ୍ଷା ରଞ୍ଜିତା ମହାପାତ୍ର ତଥା ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    89 %
    1.7kmh
    5 %
    Thu
    22 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ