Sunday, August 2, 2026
30.8 C
Odisha

    ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ୱାମୀ

    ଆଗକୁ ପଢନ୍ତୁ

    ବାଂଶପାଳ : ନୃଶଂସ ସ୍ୱାମୀର ନାରକୀୟ କାଣ୍ଡ । ଟଙ୍କା କେଇଟା ପାଇଁ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟାକଲା ସ୍ୱାମୀ । କେନ୍ଦୁଝର ବାଂଶପାଳ ବ୍ଲକ ରୁଗୁଡ଼ି ସାହିର ଶ୍ରୀକାନ୍ତ ମହାକୁଡ଼, ସ୍ତ୍ରୀ ଚମ୍ପା ମହାକୁଡ଼ଙ୍କୁ ହତ୍ୟା କରିଛି । ୧୨ହଜାର ଟଙ୍କା ପାଇଁ ହତ୍ୟା କରିଥିବା ସୂଚନା । ଶ୍ରୀକାନ୍ତ ବାହାରେ କାମ କରୁଥିଲେ, ସ୍ତ୍ରୀଙ୍କ ନିକଟକୁ ୧୨ହଜାର ଟଙ୍କା ପଠାଇଥିଲେ । ସ୍ତ୍ରୀା ଏଥିରୁ ୪ ହଜାର ଟଙ୍କା ଖର୍ଚ୍ଚ କରିଦେଇଥିଲେ । ଏହାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ । ଘଟଣାସ୍ଥଳରେ ବାଂଶପାଳ ପୋଲିସ ପହଁଚି ତଦନ୍ତ କରୁଛି ।

    ସେହିପରି ଗତକିଛି ଦିନ ତଳେ ଉମରକୋଟ: କୋଶଗଙ୍ଗ ବରଗାଁରେ ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ପକାଇଦେଇଥିଲା ସ୍ୱାମୀ । ପାଇଖାନା ଟାଙ୍କିରୁ ମୃତଦେହକୁ ଗାଁ ଲୋକେ ଉଦ୍ଧାର କରିଥିଲେ । ସ୍ତ୍ରୀ କେଉଁଆଡ଼େ ଚାଲିଗଲା ବୋଲି ଗ୍ରାମବାସୀଙ୍କ ଆଗରେ ଅଭିନୟ କରିଥିଲା ନୃଶଂସ ସ୍ୱାମୀ । ମାଆ ମର୍ଡରର ଗୁମର ଖୋଲିଲା ୪ ବର୍ଷ ପୁଅ । ଅଭିଯୁକ୍ତ ସ୍ୱାମୀକୁ ରାଇଘର ପୋଲିସ୍ ଥାନାରେ ଅଟକ ରଖି ପଚରାଉଚୁରା କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.8 ° C
    30.8 °
    30.8 °
    69 %
    2.8kmh
    100 %
    Sun
    31 °
    Mon
    31 °
    Tue
    31 °
    Wed
    29 °
    Thu
    29 °

    ସମ୍ବନ୍ଧିତ