Thursday, April 9, 2026
32.4 C
Odisha

    ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବଦଳିଲା UPSC ନିୟମ । ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ଏଣିକି ବାରମ୍ବାର UPSC ପରୀକ୍ଷା ଦେବା ସହଜ ନୁହେଁ । ବାରମ୍ବାର UPSC ପରୀକ୍ଷା ଦେବା ହେବ କଷ୍ଟସାଧ୍ୟ । UPSC ପରୀକ୍ଷାର୍ଥୀଙ୍କ ପାଇଁ ନୂଆ କଡ଼ା ନିୟମ ଜାରି କରିଛନ୍ତି ସରକାର । ଯେଉଁମାନେ ପୂର୍ବରୁ IAS କିମ୍ବା IFS ଭାବେ ନିଯୁକ୍ତ ହୋଇସାରିଛନ୍ତି, ସେମାନେ CSE -2026 ପରୀକ୍ଷା ଦେଇପାରିବେ ନାହିଁ । ପୂର୍ବରୁ IPS ପାଇଥିବା ପ୍ରାର୍ଥୀ ପୁଣି ଥରେ ପରୀକ୍ଷା ଦେଇପାରିବେ । କିନ୍ତୁ ସେମାନେ ପୁଣି ଥରେ IPS ସେବା ପାଇଁ ଆବେଦନ କରିପାରିବେ ନାହିଁ । ୨୦୨୬ ପରୀକ୍ଷାରେ ଚୟନ ହୋଇଥିଲେ, ପରୀକ୍ଷାର୍ଥୀଙ୍କୁ ଟ୍ରେନିଂରେ ଯୋଗ ଦେବାକୁ ପଡ଼ିବ । ଯଦି ପରୀକ୍ଷାର୍ଥୀ ୨୦୨୭ ରେ ପୁଣି ପରୀକ୍ଷା ଦେବାକୁ ଚାହିଁବେ, ତେବେ ତାଙ୍କୁ କେବଳ ଫାଉଣ୍ଡେସନ୍ କୋର୍ସ କରିବାକୁ ହେବ ।

    ଅନ୍ୟ ବାକି ଟ୍ରେନିଂରୁ ଛାଡ଼ ପାଇଁ ଅନୁମତି ନେବାକୁ ପଡ଼ିବ। ସେହିପରି୨୦୨୮ କିମ୍ବା ତା ପରେ ପୁଣି ଥରେ ପରୀକ୍ଷା ଦେବାକୁ ଇଚ୍ଛୁକ ଥିଲେ, ସେଠାରେ ପରୀକ୍ଷାର୍ଥୀଙ୍କୁ ନିଜ ପୂର୍ବ ଚାକିରିରୁ ଇସ୍ତଫା ଦେବାକୁ ପଡ଼ିବ। ଯେଉଁମାନେ ୨୦୨୫ କିମ୍ବା ତା’ ପୂର୍ବରୁ କୌଣସି ସେବା ପାଇଛନ୍ତି, ସେମାନଙ୍କୁ ଶେଷ ଥର ପାଇଁ ୨୦୨୬ ବା ୨୦୨୭ରେ ବିନା ଇସ୍ତଫାରେ ପରୀକ୍ଷା ଦେବାକୁ ସୁଯୋଗ ମିଳିଛି । ଏହି ନିୟମ ପ୍ରଣୟନ କରି ପ୍ରାର୍ଥୀମାନେ ଚାକିରି ପାଇବା ପରେ କେବଳ ପରୀକ୍ଷା ପଛରେ ନପଡ଼ି ନିଜ କାର୍ଯ୍ୟରେ ଯୋଗ ଦିଅନ୍ତୁ ଏବଂ ସିଟ୍ ନଷ୍ଟ ନହେଉ ବୋଲି ସରକାର ନିଷ୍ପତ୍ତି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    32.4 ° C
    32.4 °
    32.4 °
    28 %
    4kmh
    100 %
    Thu
    31 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ