Friday, September 20, 2024
24.1 C
Odisha

    ସିମବକ୍ସ ଜବତ ଘଟଣାରେ ସାଙ୍ଘାତିକ ଖୁଲାସା: ମାଷ୍ଟରମାଇଣ୍ଡ ଆସାଦୁର ଜମାନର ଫଟୋ ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସିମବକ୍ସ ଜବତ ଘଟଣାରେ ସାଙ୍ଘାତିକ ଖୁଲାସା । ମାଷ୍ଟରମାଇଣ୍ଡ ଆସାଦୁର ଜମାନର ଫଟୋ ଜାରି କଲା କମିଶନରେଟ ପୋଲିସ । ଖୁବଶୀଘ୍ର ଆସାଦୁର ଜମାନରକୁ ଧରିବା ପାଇଁ ସିବିଆଇ ଓ ଇଣ୍ଟରନେପୋଲର ସାହାଯ୍ୟ ନେବ କମିଶନରେଟ ପୋଲିସ । ବାଂଲାଦେଶ ଢାକାରେ ରହି ସେ ଚଳାଉଥିଲା ଆତଙ୍କି ନେଟୱର୍କ । ସଫ୍ଟୱେର କମ୍ପାନୀ ମାଲିକର ସୈତାନ ଦିମାଗ । ସ୍ମାର୍ଟ ସୁଇଚ ଜରିଆରେ ସ୍ମାର୍ଟ ଅପରେସନ । ଢାକାରେ ରହି ଭୁବନେଶ୍ବର ଓ ରାଞ୍ଚିରେ ସିମ ବକ୍ସ ସେଟଅପ ଅପରେଟ କରୁଥିଲା ଆସାଦୁର। ଏ ଦୁଇଟି ସ୍ଥାନକୁ ନଆସିଲେ ମଧ୍ୟ ସ୍ମାର୍ଟ ସୁଇଚ ଜରିଆରେ ପୁରା ନେଟୱର୍କକୁ କଣ୍ଟ୍ରୋଲ କରୁଥିଲା । ଢାକାରେ ଥିବା ଫ୍ୟାସନ ଟେକ୍ନୋଲୋଜି ଇଂଷ୍ଟିଚ୍ୟୁଟରୁ ପାଠ ପଢ଼ିଥିଲା ଆସାଦୁର ।
    ଅନ୍ୟପଟେ ଆଜି ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳର ରିମାଣ୍ଡ ସରୁଛି । ୫ ଦିନିଆ ରିମାଣ୍ଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସ୍ପେଶାଲ ଟିମ ହାତରେ ଲାଗିଛି ।ପୋଲିସ ହାତରେ ସିଡ଼ିଆର ର ସାଙ୍ଘାତିକ ତଥ୍ୟ ଲାଗିଛି । ରାଜୁ ମଣ୍ଡଳକୁ NIA ଜେରା ବେଳେ ଆତଙ୍କି ଲିଙ୍କ ନେଇ ସୂଚନା ମିଳିଛି । ଏପରିକି ବିଦେଶରେ ରହୁଥିବା ଅଣ୍ଡରୱାର୍ଲଡ଼ ଡନଙ୍କୁ ମଧ୍ୟ ଏହି ସିମବକ୍ସରୁ କଲ୍ ଯାଇଛି । ଆଉ କିଛି ଆକ୍ଟିଭ ସିମର ସିଡ଼ିଆର ରିପୋର୍ଟ ମଧ୍ୟ ଖୁବଶୀଘ୍ର କମିଶନରେଟ ପୋଲିସର ହସ୍ତଗତ ହେବ । କିନ୍ତୁ ବାଂଲାଦେଶ ସହିତ ପାକିସ୍ତାନ ଓ ଚାଇନାକୁ କଲ ଯାଉଥିବା ପ୍ରମାଣ ମିଳିଛି । ରାଜୁର ଆକାଉଣ୍ଟ ଷ୍ଟେଟମେଣ୍ଟ ପୋଲିସ ହାତରେ ଲାଗିଛି । ରାଜୁର ରିମାଣ୍ଡ ଆଜି ଶେଷ ହେବା ପରେ ପୁଣି ଥରେ ୭ ଦିନିଆ ରିମାଣ୍ଡ ପାଇଁ ଆଜି କୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ