Thursday, April 9, 2026
36.2 C
Odisha

    ସିମୁଳିଆରେ ପୁଣି ଲୁଟ, ଘର କାମ ପାଇଁ ରଖିଥିବା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ସିମୁଳିଆ : ଘର କାମ ପାଇଁ ରଖିଥିବା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ l ବିଳମ୍ବିତ ରାତିରେ ଗୋଟିଏ ଗାଁରୁ ଦୁଇ ଜଣଙ୍କ ଘରେ ଲୁଟ ଅଭିଯୋଗ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଭୁଗୁପୁର ଶାସନରେ ଗତକାଲି ବିଳମ୍ବିତ ରାତିରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବା ବେଳେ ଏହି ଲୁଟ୍ ହୋଇଛି । ଦୃବୁର୍ତ୍ତ ମାନେ ତାଙ୍କ ଘରେ ପଶି ଟଙ୍କା ଓ ସୁନାରୁପା ଅଳଙ୍କାର ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି l

    ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁଇଟି ପରିବାର ତାଙ୍କ ଘରେ ଶୋଇଥିବା ଘର ବାହାର ପଟୁ ଦୃବୁର୍ତ୍ତ ତାଲା ପକାଇ ଅନ୍ୟ ଘର ଥିବା ଆଟାଚରୁ ଘର କାମ ପାଇଁ ରଖିଥିବା ୯୫ ହଜାର ଟଙ୍କା ଓ ୧ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ଲୁଟ କରିଥିଲେ l ସେହିପରି ଅନ୍ୟ ଏକ ଘର ପଶି ଧାନ ବିକ୍ରି କରି ରଖିଥିବା ୪୫ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି ଦୃବୁର୍ତ୍ତ l ସିମୁଳିଆ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.2 ° C
    36.2 °
    36.2 °
    22 %
    4.4kmh
    70 %
    Thu
    37 °
    Fri
    38 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ