Thursday, September 17, 2026
24.1 C
Odisha

    ସିମୁଳିଆରେ ସିରିଜ ଦୁର୍ଘଟଣା, ଭାରସାମ୍ୟ ହରାଇ ୨ଟି କାରକୁ ପିଟିଲା ଟୁରିଷ୍ଟ ବସ୍

    ଆଗକୁ ପଢନ୍ତୁ

    ବାଲେଶ୍ୱର : ଭାରସାମ୍ୟ ହରାଇ ୨ଟି କାରକୁ ପିଟିଲା ବସ୍ । ଅଳ୍ପକେ ବର୍ତ୍ତିଲେ ୭୦ଜଣ ଯାତ୍ରୀ । ୪ ଆହତ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଧୀନ ୧୬ ନଂ ଜାତୀୟ ରାଜପଥର ମାର୍କୋଣା ଇଲେକ୍ଟ୍ରି ଅଫିସ ନିକଟରେ ଦୁର୍ଘଟଣା ହୋଇଛି । ପୁରୀ ଅଭିମୁଖେ ଯାଉଥିବା ଏକ ଟୁରିଷ୍ଟ ବସ୍ ଭାରସାମ୍ୟ ହରାଇ ପ୍ରଥମେ ସ୍କର୍ପିଓ ପରେ ଏକ କାରକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି।

    ସୂଚନା ଅନୁଯାୟୀ ପ୍ରାୟ ୭୦ ଜଣ ଯାତ୍ରୀଙ୍କୁ ନେଇ ଏକ ଟୁରିଷ୍ଟ ବସ୍ ପୁରୀ ଅଭିମୁଖେ ଯାଉଥିଲା । ମାର୍କୋଣା ଇଲେକ୍ଟ୍ରି ଅଫିସ ନିକଟରେ ହଠାତ୍ ବସ୍‌ଟି ନିୟନ୍ତ୍ରଣ ହରାଇ ଏକ ସ୍କର୍ପିଓ ଓ ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ରକ୍ଷା ପାଇଥିବା ବେଳେ ସ୍କରପିଓରେ ଥିବା ୪ ଜଣ ଆହତ ହୋଇଛନ୍ତି ।  ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ରାଜପଥରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ପୋଲିସ ପକ୍ଷରୁ ପରିସ୍ଥିତି ନିୟନ୍ତ୍ରଣ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.1 ° C
    24.1 °
    24.1 °
    87 %
    1.1kmh
    37 %
    Thu
    32 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ