Tuesday, October 27, 2026
20.8 C
Odisha

    : ‘ଏକତା ଏବଂ ସମୃଦ୍ଧିର ଭାବନା ସୃଦୃଢ଼ ହେଉ’: ଇଦ୍ ମିଲାଦ-ଉନ୍-ନବି ଏବଂ ଓଣମ୍‌ର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଭାରତ ବିବିଧତା ଏବଂ ପର୍ବପର୍ବାଣୀର ଦେଶ । ପ୍ରତ୍ୟେକ ପର୍ବ ପାରସ୍ପରିକ ଭାଇଚାରା ଏବଂ ସାଂସ୍କୃତିକ ଐତିହ୍ୟକୁ ସୁଦୃଢ଼ ​​କରିଥାଏ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁସଲମାନଙ୍କ ପର୍ବ ପବିତ୍ର ଇଦ୍ ମିଲାଦ-ଉନ୍-ନବିର ଶୁଭେଚ୍ଛା ଜଣାଇ କହିଛନ୍ତି ଇଦ୍  ମୁବାରକ୍। ମୁଁ ଆଶା କରୁଛି ଏହି ଅବସରରେ ଆମମାନଙ୍କ ମଧ୍ୟରେ ଏକତା ଏବଂ ସମୃଦ୍ଧିର ଭାବନା ବୃଦ୍ଧି ପାଇବ। ସମାଜ ପ୍ରତି କରୁଣା ଏବଂ ଅବଦାନର ଭାବନା ସର୍ବଦା ଆମକୁ ମାର୍ଗଦର୍ଶନ କରିବ।

    ପ୍ରଧାନମନ୍ତ୍ରୀ ମୋଦୀ କେରଳ ରାଜ୍ୟର ୧୦ ଦିନିଆ ସାଂସ୍କୃତିକ ଏବଂ ଫସଲ ମହୋତ୍ସବ ଓଣମ୍ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସମସ୍ତଙ୍କୁ ଓଣମ୍‌ର ବହୁତ ବହୁତ ଶୁଭକାମନା। ଏହି ପର୍ବ ଯାହା ସାରା ବିଶ୍ୱରେ ବହୁ ଉତ୍ସାହର ସହିତ ପାଳନ କରାଯାଏ। ଏହି ପର୍ବ ଆନନ୍ଦ, ଏକତା ଏବଂ ସମୃଦ୍ଧିର ଭାବନାକୁ ଆହୁରି ମଜବୁତ କରୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    20.8 ° C
    20.8 °
    20.8 °
    97 %
    2.8kmh
    100 %
    Tue
    21 °
    Wed
    22 °
    Thu
    23 °
    Fri
    27 °
    Sat
    27 °

    ସମ୍ବନ୍ଧିତ