Wednesday, October 7, 2026
27.2 C
Odisha

    : ‘ଏକତା ଏବଂ ସମୃଦ୍ଧିର ଭାବନା ସୃଦୃଢ଼ ହେଉ’: ଇଦ୍ ମିଲାଦ-ଉନ୍-ନବି ଏବଂ ଓଣମ୍‌ର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଭାରତ ବିବିଧତା ଏବଂ ପର୍ବପର୍ବାଣୀର ଦେଶ । ପ୍ରତ୍ୟେକ ପର୍ବ ପାରସ୍ପରିକ ଭାଇଚାରା ଏବଂ ସାଂସ୍କୃତିକ ଐତିହ୍ୟକୁ ସୁଦୃଢ଼ ​​କରିଥାଏ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁସଲମାନଙ୍କ ପର୍ବ ପବିତ୍ର ଇଦ୍ ମିଲାଦ-ଉନ୍-ନବିର ଶୁଭେଚ୍ଛା ଜଣାଇ କହିଛନ୍ତି ଇଦ୍  ମୁବାରକ୍। ମୁଁ ଆଶା କରୁଛି ଏହି ଅବସରରେ ଆମମାନଙ୍କ ମଧ୍ୟରେ ଏକତା ଏବଂ ସମୃଦ୍ଧିର ଭାବନା ବୃଦ୍ଧି ପାଇବ। ସମାଜ ପ୍ରତି କରୁଣା ଏବଂ ଅବଦାନର ଭାବନା ସର୍ବଦା ଆମକୁ ମାର୍ଗଦର୍ଶନ କରିବ।

    ପ୍ରଧାନମନ୍ତ୍ରୀ ମୋଦୀ କେରଳ ରାଜ୍ୟର ୧୦ ଦିନିଆ ସାଂସ୍କୃତିକ ଏବଂ ଫସଲ ମହୋତ୍ସବ ଓଣମ୍ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସମସ୍ତଙ୍କୁ ଓଣମ୍‌ର ବହୁତ ବହୁତ ଶୁଭକାମନା। ଏହି ପର୍ବ ଯାହା ସାରା ବିଶ୍ୱରେ ବହୁ ଉତ୍ସାହର ସହିତ ପାଳନ କରାଯାଏ। ଏହି ପର୍ବ ଆନନ୍ଦ, ଏକତା ଏବଂ ସମୃଦ୍ଧିର ଭାବନାକୁ ଆହୁରି ମଜବୁତ କରୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ