ନୂଆଦିଲ୍ଲୀ : ଆଇଏସର ଆତଙ୍କବାଦୀଙ୍କ ଉପରେ ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା । ଆମେରିକା ଆଇଏସର ଅନେକ ଠିକଣା ଉପରେ ମିସାଇଲ ମାଡ଼ କରିଛି । ଗତ ମାସରେ ଆମେରିକାର ତିନି ଜଣ ନାଗରିକଙ୍କୁ ହତ୍ୟା ପରେ ଶନିବାର ସିରିୟାରେ ୟୁଏସର ଏହି ଅପରେସନ କରିଛି । ୟୁଏସ ସେଣ୍ଟ୍ରାଲ୍ କମାଣ୍ଡ କହିଛି ଯେ, ଶନିବାର ଦିନ ୧୨ଟା୩୦ରେ ସିରିୟାରେ ବାୟୁ ସେନା ଏୟାର ଷ୍ଟ୍ରାଇକ୍ କରିଛି । ଅନ୍ୟ ସହଯୋଗୀ ଦେଶ ସହ ମିଳିତ ଭାବେ ଅପରେସନ୍ ସଫଳ ହୋଇଛି । ଆତଙ୍କବାଦୀଙ୍କ ଏକାଧିକ ଆଡ୍ଡା ଉପରେ ବୋମା ବର୍ଷଣ ହୋଇଥିଲା । ଯେଉଁଥିରେ ଅନେକ ଆଇଏସ ଆତଙ୍କୀ ନିହତ ହୋଇଛନ୍ତି ।
ସେଣ୍ଟ୍ରାଲ୍ କମାଣ୍ଡ ଆହୁରି କହିଛି ଯେ, ସିରିୟାର ସବୁ ଜାଗାରେ ଆକ୍ରମଣ ହୋଇଛି । ଆଇଏସର ଆଡ୍ଡାକୁ ଧ୍ୱଂସ କରାଯାଇଛି । ଆମେରିକା ସେନାଙ୍କୁ ଆକ୍ରମଣ ଘଟଣାରେ ଏହା ପ୍ରତିଶୋଧ । ଯାହା ଆଗକୁ ଜୋରଦାର ହେବ । ଯଦି ଆତଙ୍କବାଦୀ ସୈନ୍ୟଙ୍କୁ ହତ୍ୟା କରେ ତାହାଲେ ଛଡାଯିବନି । ବିଶ୍ୱର ଯେଉଁଠି ଲୁଚିଲେ ବି ଆମେରିକା ଖୋଜି କରି ମାରିବ ।
ଅପରେସନ୍ ହକ୍ ଆଇ ଷ୍ଟ୍ରାଇକ୍ ନାଁ ଅପରେସନକୁ ସଫଳ କରାଯାଇଛି । ଯାହାକୁ ଆମେରିକା ଗତ ବର୍ଷ ଡିସେମ୍ବର ୧୯ ତାରିଖରେ ଆରମ୍ଭ କରିଥିଲା । ଡିସେମ୍ବର ୧୩ ତାରିଖରେ ଆଇଏସ ସଙ୍ଗଠନ ଆମ୍ବୁସ୍ କରି ସିରିୟା ଏବଂ ଆମେରିକୀୟ ସେନା ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ୟୁଏସର ତିନି ଜଣ କମାଣ୍ଡୋ ପ୍ରାଣ ହରାଇଥିଲେ । ଏହାପରେ ଡିସେମ୍ବର ୨୫ ତାରିଖରେ ଟ୍ରମ୍ପ୍ ସିରିୟାରେ ଆତଙ୍କବାଦୀ କ୍ୟାମ୍ପ୍ ଉପରେ ବଡ ଷ୍ଟ୍ରାଇକ୍ କରିଥିଲେ । ଏହିସବୁ ଆକ୍ରମଣରେ ସେଣ୍ଟ୍ରାଲ ସିରିଆର ୭୦ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା । ଏଠାରେ ଆଇଏସର ଇନଫ୍ରାଷ୍ଟକ୍ଚର ଏବଂ ଅସ୍ତ୍ରଶସ୍ତ୍ର ରହିଥିଲା ।

