Monday, March 23, 2026
22 C
Odisha

    ସୁଆଦିଆ ରାଇସ୍‌ ପକୋଡି

    ଆଗକୁ ପଢନ୍ତୁ

    ଆବଶ୍ୟକ ସମାଗ୍ରୀ: ବଳକା ଭାତ ଦୁଇ କପ୍‌ – ୨ କପ୍‌, ଲୁଣ – ସ୍ୱାଦାନୁସାରେ (ଅଧା ଛୋଟ କପ୍‌), କଞ୍ଚା ଲଙ୍କା – ୨ଟି ଛୋଟୂ କଟା ହୋଇଥିବା, ଅଦା – ଛୋଟ ଖଣ୍ଡ ଆମଚୁର ପାଉଠର – ୧/୪ ଛୋଟ ଚାମଚ, ଧନିଆ ପତ୍ର – ଅଳ୍ପ, ବେସନ – ଏକ କପ୍‌, ଲାଲ ଲଙ୍କା – ୧/୪ ଛୋଟ ଚାମଚ, ଧନିଆ ପାଉଡର – ଅଧା ଛୋଟ ଚାମଚ, ତେଲ – ଛାଣିବା ପାଇଁ
    ପ୍ରସ୍ତୁତି ପ୍ରଣାଳୀ : ବଳକା ରହିଥିବା ଭାତରେ କଞ୍ଚା ଲଙ୍କା, ଆମଚର ପାଉଡର, ଲାଲ ଲଙ୍କା ପାଉଡର, ଧନିଆ ପତ୍ର ପକାଇ ଭଲଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ଆଳୁ ଚପ୍‌ ପରି ଗୋଲ ଗୋଲ କରନ୍ତୁ। ଏହାପରେ ଏହାକୁ ହାତରେ ଚେପା କରନ୍ତୁ। ଆପଣ ଚାହିଁଲେ ଏହାକୁ ଗୋଲ କରିପାରିବେ ନଚେତ୍‌ ଏହାକୁ ଚେପା ରଖିପାରିବେ। ଏବେ ଆଉ ଏକ ପାତ୍ରରେ ବେସନ ନିଅନ୍ତୁ ଏବଂ ସେଥିରେ ଲୁଣ, ଲାଲ ଲଙ୍କା ଏବଂ ଧନିଆ ପାଉଠର ପକାନ୍ତୁ। ପାଣି ସାହାଯ୍ୟରେ ଏହି ମିଶ୍ରଣକୁ ଫେଣ୍ଟି ଦିଅନ୍ତୁ। ଏବେ କଡାରେ ତେଲ ଗରମ କରନ୍ତୁ ଏବଂ ଗୋଲ ଗୋଲ କରି ରଖିଥିବା ମିଶ୍ରଣକୁ ବେସନରେ ଗୋଳାଇ ତେଲରେ ଛାଣନ୍ତୁ। ଯେପରି ଆପଣ ଆଳୁ ଚପ୍‌ ପ୍ରସ୍ତୁତ କରନ୍ତି ଠିକ ସେହିପରି ଏହାକୁ ତେଲରେ ଛାଣନ୍ତୁ। ଏହା ତେଲରେ ଭଲଭାବେ ଛାଣି ହୋଇଗଲା ପରେ ସବୁ ପକୋଡିକୁ ବାହାରକୁ ବାହାର କରିଦିଅନ୍ତୁ। ଏବେ ଆପଣଙ୍କର ଗରମା ଗରମ ଭାତ ପଡୋଡି ପ୍ରସ୍ତୁତ ହୋଇଯାଇଛି ଏବେ ଆପଣ ଏହାକୁ ଧନିଆ ଚଟଣୀ କିମ୍ବା ଟମାଟୋ ଚଟଣୀ ସହିତ ଖାଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    34 %
    1.4kmh
    1 %
    Sun
    22 °
    Mon
    33 °
    Tue
    36 °
    Wed
    38 °
    Thu
    39 °

    ସମ୍ବନ୍ଧିତ