Friday, April 3, 2026
29.7 C
Odisha

    ସୁଡ଼ଙ୍ଗ ଭୁଶୁଡ଼ିବା ଘଟଣା: ଆଉ ମାତ୍ର ୪୦ ମିଟର୍‌ ଦୂରତାରେ ଅଛନ୍ତି ଫସି ରହିଥିବା ଶ୍ରମିକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ଗତ ୪୮ ଘଣ୍ଟା ହେଲା ଭୁଶୁଡ଼ି ପଡ଼ିଥିବା ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକମାନଙ୍କ ପାଇଁ ଏବେ ଆଶାର କିରଣ ଦେଖା ଦେଇଛି। ଶନିବାର ଦିନ ଏକ ସୁଡ଼ଙ୍ଗ ଛାତ ଭୁଶୁଡ଼ି ପଡ଼ିବା ପରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଉ ମାତ୍ର ୪୦ ମିଟର୍‌ର ଦୂରତା ରହିଛି।ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ସେନା ଏବଂ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (ଏନ୍‌ଡିଆର୍‌ଏଫ୍‌) ର ଦୁଇଟି ଉଦ୍ଧାର ଦଳ ଯନ୍ତ୍ରପାତି ନିୟୋଜିତ କରୁଛନ୍ତି।”ଆମେ ଏବେ ଏକ ଦଳ ପଠାଉଛୁ। ଗତକାଲି ଆମେ ଶେଷ ୪୯୦ ମିଟର ପର୍ଯ୍ୟନ୍ତ ପହଞ୍ଚିପାରିଲୁ ନାହିଁ; ଏବେ ଏକ ମେସିନ ସାହାଯ୍ୟରେ ଆମେ ସେଠାରେ ମଧ୍ୟ ପହଯିବୁ। ସମାନ୍ତରାଳ ଭାବରେ, ପାଣି ବାହାର କରାଯାଉଛି ଏବଂ ଭିତରକୁ ଖନନକାରୀ ପଠାଯିବ,” ବୋଲି ନଗରକୁର୍ଣ୍ଣୁଲ ଜିଲ୍ଲାପାଳ ବି ସନ୍ତୋଷ କହିଛନ୍ତି।

    ତେଲେଙ୍ଗାନାର ଏକ ଭୁଶୁଡ଼ି ପଡ଼ିଥିବା ସୁଡ଼ଙ୍ଗରେ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିବା ୮ ଜଣ ଶ୍ରମିକଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେମାନେ କାଦୁଅ ଓ ପାଣି ଭିତରେ ଫସି ରହିଥିବାରୁ ସେମାନଙ୍କ ବଞ୍ଚିବାର ସମ୍ଭାବନା କମ୍‌ ବୋଲି ଜଣେ ମନ୍ତ୍ରୀ କହିଛନ୍ତି। ନଗରକୁର୍ଣ୍ଣୁଲରେ ଶ୍ରୀଶୈଳମ୍ ବନ୍ଦର ପଛରେ ଥିବା ୪୪ କିଲୋମିଟର ଲମ୍ବା ସୁଡ଼ଙ୍ଗ ଶନିବାର ସକାଳେ ଭୁଶୁଡ଼ି ପଡ଼ିଥିଲା। ସେତେବେଳେ କିଛି ଶ୍ରମିକ ଭିତରେ ମରାମତି କାର୍ଯ୍ୟରେ ନିୟୋଜିତ ଥିଲେ।

    ସେମାନଙ୍କ ମଧ୍ୟରୁ ଅଧିକାଂଶ ବାହାରକୁ ବାହାରି ଆସି‌ବାରେ ସଫଳ ହୋଇଥିଲେ। ମାତ୍ର ୮ ଜଣ ଫସି ଯାଇଥିଲେ ଏବଂ ଶନିବାରଠାରୁ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    34 %
    2.3kmh
    77 %
    Fri
    30 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ