Saturday, May 30, 2026
30.1 C
Odisha

    ସୁନା ସଫା କରିବା ଆଳରେ ଲୁଟ୍ , ହଳଦି ପାଣିରେ ପୁରାଇ ଲୁଟିନେଲେ ୮ଗ୍ରାମର ସୁନା

    ଆଗକୁ ପଢନ୍ତୁ

    ଆନନ୍ଦପୁର : ସୁନା ସଫା କରିବା ଆଳରେ ଲୁଟ୍ । କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ କରଞ୍ଜିଆ ବରହମପୁର ଗାଁରେ ଠକେଇ । ସୁନା ଅଳଙ୍କାର ସଫେଇ ବାହାନାରେ ମହିଳାଙ୍କ ଠାରୁ ୮ଗ୍ରାମର ସୁନା ଲୁଟ କରି ଫେରାର ହୋଇଛନ୍ତି ଦୁର୍ବୃତ୍ତ । ଠକେଇର ଶିକାର ହୋଇଛନ୍ତି ସଞ୍ଜୁଲତା ଚୌଧୁରୀ । ଦୁଇ ବ୍ୟକ୍ତି ଏକ ବାଇରେ ଆସି ପିତ୍ତଳ ବାସନ ସଫା କରିଦେବେ ବୋଲି କହିଥିଲେ । ପ୍ରଥମେ ସଞ୍ଜୁଲତା ଏକ ପିତ୍ତଳ ପ୍ଲେଟ୍ ସଫା କରିବାକୁ ଦେଇଥିଲେ । ଏହାକୁ ସଫା କରି ଚକଚକ କରିଦେଇଥିଲେ ଲୁଟେରା ।

    ଏହାପରେ ଲୁଟେରା ମାନେ ପାଉଁଜି ଓ ସୁନା ଚେନ ସଫା କରିଦେବାକୁ ପ୍ରସ୍ତାବ ଦେଇଥିଲେ । ସଞ୍ଜୁଲତା ବେକରୁ ସୁନା ଚେନ୍ କାଢ଼ି ସଫା ପାଇଁ ଦେଇଥିଲେ। ଦୁର୍ବୃତ୍ତମାନେ ଚେନଟିକୁ ଏକ ହଳଦୀ ପାଣି ଥିବା ଟିଫିନ୍ ବକ୍ସରେ ପୁରାଇ କିଛି ସମୟ ପାଇଁ ଚୁଲିରେ ବସାଇବାକୁ କହିଥିଲେ । ସଞ୍ଜୁଲତାଙ୍କ ଝିଅ ଟିଫିନ୍ ବକ୍ସ ନେଇ ଚୁଲିରେ ବସାଇବାକୁ ଯାଇଥିଲେ । ଜଣେ ଦୃବୃର୍ତ୍ତ ପଛେପଛେ ଯାଇ ସୁନା ଚେନ୍ କୁ ଗାଏବ କରି ନେଇଯାଇଥିଲା । ତେବେ ଟିଫିନ ଭିତରେ ସୁନା ଚେନ୍ ନଥିବା ଜଣାପଡ଼ିବା ପରେ ମାଆ -ଝିଅ ବାହାରକୁ ଆସି ସଫା କରୁଥିବା ବ୍ୟକ୍ତିଙ୍କୁ ଖୋଜା ଖୋଜି କରିଥିଲେ । କିନ୍ତୁ ସେତେବେଳକୁ ଦୁଇ ଦୁର୍ବୃତ୍ତ ବାଇକରେ ଛୁ ମାରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ଚମ୍ପୁଆ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଅଞ୍ଚଳରେ ଏପରି ଠକେଇ ଘଟଣା ବୃଦ୍ଧି ପାଇଥିବାରୁ ସ୍ଥାନୀୟ ଲୋକଙ୍କୁ ସଚେତନ ରହିବା ପାଇଁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    65 %
    4.5kmh
    49 %
    Sat
    30 °
    Sun
    40 °
    Mon
    40 °
    Tue
    40 °
    Wed
    43 °

    ସମ୍ବନ୍ଧିତ