Friday, April 17, 2026
42.1 C
Odisha

    ଧର୍ମ ପରିବର୍ତ୍ତନ କରିବାରୁ ମିଳୁନି ଶ୍ମଶାନ, ୩୬ ଘଣ୍ଟା ପରେବି ଉଠିଲାନି ମୃତଦେହ

    ଆଗକୁ ପଢନ୍ତୁ

    ଉମରକୋଟ : ୩୬ ଘଣ୍ଟା ପରେବି ଉଠିଲାନି ମୃତଦେହ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଣ୍ଡ୍ରି ଗାଁରେ ଏବେବି ପଡ଼ି ରହିଛି ମାଣିକ ସାନ୍ତାଙ୍କ ମୃତଦେହ । ନିଜ ମୂଳଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିବାରୁ ଶବ ସତ୍କାର ପାଇଁ ଗାଁଲୋକ ଜାଗା ଦେଉନଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ଉମରକୋଟ ପୋଲିସ ତହସିଲଦାର ଓ ବ୍ଲକ ଉନ୍ନୟନ ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝା ସୁଝା ଜାରି ରଖିଛନ୍ତି। କିନ୍ତୁ ସମସ୍ତେ ନିଜ ନିଜ ଜିଦରେ ଅଟଳ ଅଛନ୍ତି ।

    ଗାଁର ରାୟମତି ଗଣ୍ଡଙ୍କ ଗତକାଲି ଅପରାହ୍ଣ ୩ଟାରେ ମୃତ୍ୟୁ ହୋଇଥିଲା । ଗାଁ ଶ୍ମଶାନରେ ଶେଷକୃତ୍ୟ କରିବାକୁ ପରିବାର ପକ୍ଷରୁ ମୃତଦେହ ଘରୁ ବାହାର କରିବା ବେଳେ ଗାଁର କିଛି ପରିବାର ବିରୋଧ କରିଥିଲେ । ୩ବର୍ଷ ତଳେ ରାୟମତି ଏବଂ ତାଙ୍କ ପରିବାର ଧର୍ମ ପରିବର୍ତ୍ତନ କରିଥିବାରୁ କୌଣସି ପରିସ୍ଥିତିରେ ଗାଁ ଶ୍ମଶାନରେ ଶେଷକୃତ୍ୟ ହୋଇପାରିବ ନାହିଁ ବୋଲି ଶୁଣାଇ ଦେଇଥିଲେ । ବିବାଦ ବଢ଼ିବାରୁ ଗାଁରେ ବୈଠକ ବସିଥିଲା । ଖବର ପାଇ ରାଇଘର ଥାନା ଅଧିକାରୀ, ଉମରକୋଟ ଏସ୍‌ଡିପିଓ, ସ୍ଥାନୀୟ ତହସିଲଦାର ଗାଁରେ ପହଞ୍ଚି ବୁଝାସୁଝା କରିବା ପରେ ମଧ୍ୟ ଦୁଇଗୋଷ୍ଠୀ ମଧ୍ୟରେ ଗତକାଲି ରାତି ପର୍ଯ୍ୟନ୍ତ ବିବାଦ ଲାଗି ରହିଥିଲା । ଘଟଣାକୁ ନେଇ ବର୍ତ୍ତମାନ ଏକ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ପ୍ରଶାସନ ପକ୍ଷରୁ ଉଭୟ ଗୋଷ୍ଠୀଙ୍କୁ ଡକାଯାଇଛି । ଏନେଇ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଉଚ୍ଚସ୍ତରୀୟ କର୍ମଚାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.1 ° C
    42.1 °
    42.1 °
    12 %
    4kmh
    0 %
    Fri
    43 °
    Sat
    43 °
    Sun
    44 °
    Mon
    44 °
    Tue
    43 °

    ସମ୍ବନ୍ଧିତ