ସୁନ୍ଦର ଦିଶିବା ପାଇଁ କିଏ ବା ନଚାହେଁ । ଝିଏଙ୍କ ଠାରୁ ଆରମ୍ଭ କରି ପୁଅମାନେ ମଧ୍ୟ ସୁନ୍ଦର ଦେଖାଯିବା ପାଇଁ ଚାହିଁଥାନ୍ତି । ଏଥିପାଇଁ ବିଭିନ୍ନ ପ୍ରକାରର ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । ଖାସ୍ କରି ଝିଅମାନେ ଫେସରେ ଅଧିକ ଗୁରୁତ୍ବ ଦେଇଥାନ୍ତି । ଏଥିସହ ସବୁ ସମୟରେ ଫେସ୍ ପ୍ୟାକ୍ ଠାରୁ ଆରମ୍ଭ କରି ପାର୍ଲର ଯାଇ ମଧ୍ୟ ଟିଟମେଣ୍ଟ ନେଇଥାନ୍ତି । କିନ୍ତୁ ଏସବୁ କରିବା ଦ୍ବାରା କିଛି ଦିନ ମଧ୍ୟରେ ଆପଣଙ୍କ ଫେସ୍ ଖରାପ ହୋଇଯାଇଥାଏ । ଯଦି ଆପଣଙ୍କର ଏଭଳି ସମସ୍ୟା ହେଉଛି, ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଟିପ୍ସ ବିଷୟରେ । ଯାହାକୁ ଆପଣାଇଲେ ଖାଲି ଗ୍ଲୋ କରିବେ ନାହିଁ ଦାନ୍ତରେ ମଧ୍ୟ ଚମକ ଆସିବା ଆରମ୍ଭ କରିବ ।
ବର୍ତ୍ତମାନ ଦୁନିଆରେ ସମସ୍ତଙ୍କୁ ପ୍ରାୟ ଦାଗହୀନ ଏବଂ ଉଜ୍ଜଳ ତ୍ୱଚା ଦରକାର ହୋଇଥାଏ । ମହିଳାମାନେ ଅନେକ ବିଉଟି ପ୍ରୋଡକ୍ଟର ସାହାରା ମଧ୍ୟ ନେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ରୋଷେଇ ଘରେ ଥିବା ଲୁଣକୁ ବ୍ୟବହାର କରି ଆପଣ ତ୍ବଚାର ଚମକ ବଜାୟ ରଖିପାରିବେ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ତେବେ ଆସନ୍ତୁ ଜାଣିବା ଖାଦ୍ୟର ସ୍ୱାଦ ବଢାଉଥିବା ସାମାନ୍ୟ ଲୁଣ କିପରି ଆପଣଙ୍କର ଚେହେରା କୁ ଉଜ୍ଜଳ କରିବାରେ ସାହାଯ୍ୟ କରିବ ।
ଗରମ ଦିନରେ ସାଧାରଣତଃ ତ୍ୱଚା ଶୁଷ୍କ ଓ ମଳିନ ପଡ଼ିଯାଏ । ତ୍ୱଚାକୁ ଉଜ୍ଜଳ କରିବାରେ ଲୁଣ ବହୁତ ଉପଯୋଗୀ ହୋଇଥାଏ । ଲୁଣ , ଅଲିଭ ତେଲ , ବାଦାମ କୁ ନେଇ ମିଶ୍ରଣ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ତ୍ୱଚାରେ ସ୍କ୍ରବ ଭାବେ ବ୍ୟବହାର କରି କିଛି ସମୟ ଶୁଖିବାକୁ ଛାଡିଦିଅନ୍ତୁ । ତା’ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇଦିଅନ୍ତୁ ଏବଂ ଦେଖିବେ ତ୍ବଚାରେ ଚମକ ରହିବା ସହ ଉଜ୍ବଳ ମଧ୍ୟ ଦେଖାଯିବ ।
କେବଳ ତ୍ୱଚା ଉଜ୍ଜଳ ପାଇଁ ନୁହଁ ଆପଣଙ୍କ ଦାନ୍ତକୁ ଚାମକାଇବା ପାଇଁ ମଧ୍ୟ ଲୁଣ ବ୍ୟବହାର କରିପାରିବେ । ଏଥିପାଇଁ ଏକ ଚାମଚ ଲୁଣ ସହିତ ବେକିଙ୍ଗ ପାଉଡର ମିଶାଇ ତାହାକୁ ବ୍ରଶରେ ଲଗାଇ ବ୍ୟବହାର କରନ୍ତୁ, ଆପଣ କିଛିଦିନ ମଧ୍ୟରେ ପୂର୍ବ ଅପେକ୍ଷା ଅଧିକ ଚମକ ଦାନ୍ତ ପାଇପାରିବେ ।
ଏହାଛଡା ପାଟିରୁ ବାହାରୁଥିବା ଦୁର୍ଗନ୍ଧକୁ ମଧ୍ୟ ଦୂର କରିବ ଏହି ଲୁଣ । ଲୁଣପାଣିକୁ ନିୟମିତ କୁଳି କଲେ କିଛି ଦିନ ମଧ୍ୟରେ ଆପଣଙ୍କ ମୁହଁରୁ ବାହାରୁଥିବା ଦୁର୍ଗନ୍ଧ ଦୁରେଇ ଯିବ । ଏଥିସହ ଏକ ଚାମଚ ଲୁଣ ସହ ଲେମ୍ବୁରସ, ଏକ ଚାମଚ ବେକିଙ୍ଗ ସୋଡ଼ା ଓ ଅଧା କପ ପାଣିରେ ମିଶେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ନଖ ଉପରେ ଲଗାନ୍ତୁ । କିଛି ଦିନ ପରେ ଆପଣ ନଖ ଚମକିବ ଆରମ୍ଭ ମଧ୍ୟ କରିବ ।