Monday, September 1, 2025
27.3 C
Odisha

    ସୁପରଫୁଡ୍ ବ୍ରୋକଲି, ହାଡ଼ ଏବଂ କ୍ୟାନସର ସମସ୍ୟା ପାଇଁ ହୋଇଥାଏ ବରଦାନ ସଦୃଶ

    ଆଗକୁ ପଢନ୍ତୁ

     

    ସମସ୍ତ ପନିପରିବା ଭଳି  ବ୍ରୋକଲି ମଧ୍ୟ ଆମ ଶରୀର ପାଇଁ ଉପଯୋଗୀ । ଯାହା ସାଧାରଣତଃ କୋବି ଭଳି ଦେଖାଯାଇଥାଏ । କିନ୍ତୁ ସେଇଟା କୋବି ନୁହେଁ । ଦେଖିବାକୁ ଠିକ୍ ଫୁଲ କୋବି ଭଳି ଏବଂ ସବୁଜ ରଙ୍ଗର । ଯାହାର ଚାହିଦା ବର୍ତ୍ତମାନ ସମୟରେ ଖୁବ୍ ବଢିଛି । ଯାହାକୁ ଶୀତଦିନେ ଖୁବ୍ ସହଜରେ ମାର୍କେଟରୁ ମିଳିଯାଇଥାଏ । କିନ୍ତୁ କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରି ନଥାନ୍ତି । ଯାହା ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

    ବ୍ରୋକଲିରେ ଅନେକ ପୋଷକ ତତ୍ତ୍ବ ଭରପୁର ମାତ୍ରାରେ ରହିଛି । ଯାହା ଶରୀର ପାଇଁ ବରଦାନ ସଦୃଶ ହୋଇଥାଏ । ସାଲାଡ୍ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପନିପରିବା ପର୍ଯ୍ୟନ୍ତ ଅନେକ ପ୍ରକାରର ପନିପରିବା ତିଆରିରେ ବ୍ରୋକୋଲି ବ୍ୟବହାର କରାଯାଏ । ବ୍ରୋକଲିରେ କେଉଁ ସବୁ ଉପାଦାନ ରହିଛି ଆସନ୍ତୁ ପ୍ରଥମେ ସେସମ୍ପର୍କରେ ଜାଣିବା ।

    ବ୍ରୋକଲିରେ ଭରପୁର ମାତ୍ରାର ପ୍ରୋଟିନ୍, କ୍ୟାଲସିୟମ୍, କାବ୍ରୋହାଇଡ଼୍ରୋଟ, ଆଇରନ, ଭିଟାମିନ ଏ, ସି ଏବଂ ଅନ୍ୟାନ୍ୟ  ପୋଷକ ରହିଛି । ଏହା ସହିତ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍, ସେଲେନିୟମ୍, ଭିଟାମିନ୍ ବି, ଫାଇବର ଏବଂ ଫସଫରସ ଭଳି ଗୁଣ ମଧ୍ୟ ଏଥିରେ ରହିଛି । ଯାହା ସମସ୍ତ ବର୍ଗର ଲୋକଙ୍କ ପାଇଁ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି । ତେବେ ଆସନ୍ତୁ ଏହି ବ୍ରୋକଲିର ଚମତ୍କାରୀ ଗୁଣ ସମ୍ପର୍କରେ ଜାଣିବା ।

    ଡାଇବେଟିସ ରୋଗୀଙ୍କ ପାଇଁ  ସବୁଜ ପନିପରିବା ଫଳପ୍ରଦ ହୋଇଥାଏ । ସେହି ସବୁ ମଧ୍ୟରୁ ବ୍ରୋକଲି ଅନ୍ୟତମ । ଯାହା ଡାଇବେଟିସ୍ ରୋଗୀଙ୍କ ପାର୍ଇ ବେଷ୍ଟ ହୋଇଥାଏ । ବ୍ରୋକଲି ଖାଇବା ଦ୍ବାରା ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଭିଟାମିନ୍ ସି ଏବଂ ଜିଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଯାହା ଖାଇବା ଦ୍ବାରା ରୋଗ ସହିତ ଲଢେଇ କରିବାର କ୍ଷମତାକୁ ବୃଦ୍ଧି କରେ । ପିଲାମାନଙ୍କ ପାଇଁ ଏହା ଉପଯୁକ୍ତ ଖାଦ୍ୟ ବୋଲି କୁହାଯାଇପାରେ ।

    ବ୍ରୋକଲିରେ ଫାଇବର, ପୋଟାସିୟମ୍ ଏବଂ ପ୍ରୋଟିନରେ ଭରପୁର । ଯାହା ଖାଇବା ଦ୍ବାରା ଅଧିକ ସମୟ ପର୍ଯ୍ୟନ୍ତ ପେଟକୁ ଫୁଲ କରି ରଖିଥାଏ । ଫଳରେ ଓଜନ ଯାତ୍ରାକୁ ସହଜ କରିଥାଏ । ତେଣୁ ଏହାକୁ ଆପଣ ଡାଏଟ ପ୍ଲାନରେ ଆଡ୍ କରିପାରିବେ ।  ଏତିକି ନୁହେଁ ବରଂ ଲିଭର ସମସ୍ୟା ପାଇଁ ଏହା ଶକ୍ତିଶାଳୀ ହୋଇଥାଏ । କ୍ୟାନସର ଭଳି ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଏହି ସବୁ ସମସ୍ୟା ଥିଲେ ଏହାକୁ ନିଶ୍ଚିନ୍ତ ଖାଆନ୍ତୁ ।

    କ୍ୟାଲସିୟମର ଅଭାବ ଥିଲେ ହାଡ଼ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ । ଯାହା ଏବେ ଘରେ ଘରେ ଖୁବ୍ ସାଧାରଣ କଥା ହୋଇଗଲାଣି । ଏହି ସବୁ ସମସ୍ୟା ଦେଖାଦେଉଥିଲେ ସେସବୁ ପାଇଁ ଚିନ୍ତା କରନ୍ତୁ ନାହିଁ । ଯେଉଁଥି ପାଇଁ ପ୍ରଭାବଶାଳୀ ହୋଇଥାଏ ବ୍ରୋକଲି । ହାଡ଼ ଜନିତ ସମସ୍ୟାଠାରୁ ମୁକ୍ତି ଦେବା ସହ ହାଡ଼କୁ ମଜବୁତ କରେ । ତେଣୁ ବ୍ରୋକଲି ଖାଇବାର ଅଭ୍ୟାସ କରନ୍ତୁ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.3 ° C
    27.3 °
    27.3 °
    79 %
    1.3kmh
    76 %
    Mon
    30 °
    Tue
    30 °
    Wed
    28 °
    Thu
    29 °
    Fri
    28 °

    ସମ୍ବନ୍ଧିତ