Monday, September 7, 2026
25.9 C
Odisha

    ସୁପ୍ରିମକୋର୍ଟରେ ପୁଣି ଡିଜିପି ନିଯୁକ୍ତି ଶୁଣାଣି ଘୁଞ୍ଚିଲା, ଆସନ୍ତା ୧୬ ତାରିଖ ପାଇଁ ଦିନଧାର୍ଯ୍ୟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଲାଗିରହିଛି ଦ୍ୱନ୍ଦ । ଏହାରି ଭିତରେ ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ଶୁଣାଣି ପୁଣି ଘୁଞ୍ଚିଲା । ଆସନ୍ତା ୧୬ ତାରିଖରେ ଶୁଣାଣି ପାଇଁ ଦିନଧାର୍ଯ୍ୟ । ଏନେଇ ସୂଚନା ଦେଲେ ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ ।

    ସୁଶାନ୍ତ ନାଥଙ୍କ ପାଇଁ ତାଙ୍କ ଆଇନଜୀବୀ ପିଟିସନ୍‌ କରିଛନ୍ତି କହିଲେ ବରିଷ୍ଠ ଆଇନଜୀବୀ । ଆମିକସକ୍ୟୁରି ମଧ୍ୟ ଆଉ ଏକ ରିପୋର୍ଟ ଆଜି ଦାଖଲ କରିଛନ୍ତି । ଆମିକସକ୍ୟୁରି ରିପୋର୍ଟ ପଢ଼ିବାକୁ ସମୟ ନେଲେ ସଲିସିଟର ଜେନେରାଲ । ତେଣୁ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖକୁ ଘୁଞ୍ଚିଲା ବୋଲି ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    89 %
    1.3kmh
    8 %
    Mon
    27 °
    Tue
    31 °
    Wed
    32 °
    Thu
    28 °
    Fri
    31 °

    ସମ୍ବନ୍ଧିତ