Tuesday, March 31, 2026
35.4 C
Odisha

    ସୁଭଦ୍ରାକୁ ଅଡୁଆ କରିଛି ମୋବାଇଲ୍‌ ନମ୍ବର ସଂଯୁକ୍ତ ଆଧାର ସର୍ତ୍ତ

    ଆଗକୁ ପଢନ୍ତୁ

    ସୁଭଦ୍ରା’ ଯୋଜନା ଆବେଦନ ପାଇଁ ମହିଳାଙ୍କ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା। ଜନସେବା କେନ୍ଦ୍ର, ବ୍ୟାଙ୍କ ଓ ଆଧାର ସଂଶୋଧନ କେନ୍ଦ୍ରରେ ଅସମ୍ଭାଳ ଭିଡ଼। ରାତିରୁ ଲୋକମାନେ ଆସି ଚପଲ, ପଥର ଥୋଇ ଧାଡ଼ି ବାନ୍ଧୁଛନ୍ତି। ବିଶେଷକରି ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ୍‌ରେ ମୋବାଇଲ ନମ୍ବର ସଂଯୋଗକୁ ନେଇ ମହିଳାମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ମହିଳା ଆଧାରକାର୍ଡ ସଂଶୋଧନ ସମୟରେ ଏକାଧିକ ସମସ୍ୟାର ସାମ୍ନା କରୁଛନ୍ତି। ଏପରିକି କିଛି ମହିଳାଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ତେଣୁ ଏହି ନିୟମକୁ ନେଇ ମହିଳାଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ୧୭ ତାରିଖରେ ଯୋଜନାର ପ୍ରଥମ କିସ୍ତି ମିଳିବାକୁ ଥିବାରୁ ୧୪ ଦିନ ମଧ୍ୟରେ ଆଧାରରେ ମୋବାଇଲ ନମ୍ବର ସଂଯୋଗ ହୋଇ ପାରିବ କି ନାହିଁ ତାକୁ ନେଇ ସାଧାଣରେ ସନ୍ଦେହ ସୃଷ୍ଟି ହୋଇଛି ।

    ଆଧାରକାର୍ଡ, ବ୍ୟାଙ୍କ ଜମା ଖାତା ଓ ମୋବାଇଲ ନମ୍ବର ସୁଭଦ୍ରା ଯୋଜନା ପାଇଁ ଅନିବାର୍ଯ୍ୟ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ୟାଙ୍କ ଜମା ଖାତା ସହ ଆଧାର ଓ ମୋବାଇଲ ନମ୍ବର ସଂଯୋଗ ଏବଂ ଆଧାର ସହ ମୋବାଇଲ୍‌ ସଂଯୋଗ ନିଶ୍ଚିତ ଆବଶ୍ୟକ ବୋଲି କୁହାଯାଇଛି। ମାତ୍ର ଅନେକ ମହିଳାଙ୍କର ଆଧାର ସହ ମୋବାଇଲ ନମ୍ବର ସଂଯୋଗ ହୋଇନାହିଁ। କିଛି ଗରିବ ଲୋକମାନଙ୍କର ମୋବାଇଲ ନମ୍ବର ନାହିଁ, ଆଉ କିଛି ମହିଳା ଆଧାର ଓ ମୋବାଇଲ ସଂଯୋଗ ଅବହେଳା ଯୋଗୁଁ କରି ନାହାନ୍ତି । ଯାହାକୁ ନେଇ ସମସ୍ୟା ବୃଦ୍ଧି ପାଇଛି। ଏହି ପ୍ରକ୍ରିୟା ଯୋଗୁଁ ମାତ୍ରାଧିକ ସମସ୍ୟା ଉପୁଜୁଥିବାରୁ କେବଳ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଲିଙ୍କ ବ୍ୟତୀତ ଏହି ନିୟମରେ କୋହଳ କରାଯାଉ ବୋଲି ଦାବି କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.4 ° C
    35.4 °
    35.4 °
    22 %
    2.9kmh
    45 %
    Tue
    37 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ