Wednesday, April 2, 2025
23.8 C
Odisha

    ସୁଭଦ୍ରା ଯୋଜନା ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ବ୍ରହ୍ମପୁରରୁ ସୁଭଦ୍ରାର ଦିତ୍ୱୀୟ କିସ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ନେଇ ଏକ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରାର ଦ୍ବିତୀୟ କିସ୍ତି ଏଥର ବ୍ରହ୍ମପୁରରୁ ଦିଆଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ଏନେଇ ପ୍ରଭାତୀ ପରିଡା କହିଛନ୍ତି, ମାର୍ଚ୍ଚ ୮ ରେ ମିଳିବ ସୁଭଦ୍ରା ଟଙ୍କା। ଆମେ କହିଥିଲୁ ।  ସୁଭଦ୍ରା ଏକ କୋଟି ମହିଳାଙ୍କ ପାଖରେ ପହଞ୍ଚିବ । ମାର୍ଚ୍ଚ ୮ ତାରିଖରେ ଏକା ଥରକେ କୋଟିଏ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବି କରାଯିବ । ବ୍ରହ୍ମପୁର ଠାରେ କୋଟିଏ ମହିଳାଙ୍କୁ ସୁଭଦ୍ରାର ଦିତ୍ୱୀୟ କିସ୍ତି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କହିରଖୁଛୁ କି, ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିସାରିଛି । ଚତୁର୍ଥ ପର୍ଯ୍ୟାୟରେ ୧୮ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ 5 ହଜାର ଟଙ୍କା ଦେଇଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ଦିଆଯାଇଛି ।ଉପମୁଖ୍ୟମନ୍ତ୍ରୀ ପୂର୍ବରୁ କହିଥିଲେ, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଯେମିତି ସୁଭଦ୍ରା ଟଙ୍କା ମିଳିବ ସେନେଇ ପଦକ୍ଷେପ ନିଆଯିବ । ଆବଶ୍ୟକ ହେଲେ, ବାଦ୍ ପଡିଥିବା ହିତାଧିକାରୀଙ୍କୁ କର୍ମଚାରୀମାନେ ବ୍ୟକ୍ତିଗତ ଭାବେ ଭେଟି ସମସ୍ୟାର ସମାଧାନ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    66 %
    2.3kmh
    5 %
    Tue
    24 °
    Wed
    39 °
    Thu
    39 °
    Fri
    39 °
    Sat
    41 °

    ସମ୍ବନ୍ଧିତ