Saturday, April 4, 2026
38.1 C
Odisha

    ସୁରକ୍ଷା ବାହିନୀକୁ ବଡ଼ ସଫଳତା: ଏନ୍‌କାଉଣ୍ଟରରେ ୮ ନକ୍ସଲ ନିପାତ

    ଆଗକୁ ପଢନ୍ତୁ

    ମାଲକାନଗିରି : ଓଡ଼ିଶା-ଛତିଶଗଡ଼ର ସୀମାରେ ସୁରକ୍ଷା ବାହିନୀ ଏକ ବଡ଼ଧରଣର ଅପରେସନ୍‌କୁ ସଫଳତାର ରୂପ ଦେଇଛନ୍ତି। ଗୁଳି କରି ୮ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ତୋଡ଼କା ଜଙ୍ଗଲରେ ନକ୍ସଲ ବିରୋଧରେ ଏହି ଏନ୍‌କାଉଣ୍ଟର ହୋଇଛି। ଛତିଶଗଡ଼ର ବିଜାପୁର ଜିଲ୍ଲାର ତୋଡ଼କା ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ସୁରକ୍ଷା ବାହିନୀକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ଆଧାରରେ ଏସ୍‌ଟିଏଫ୍‌, ଡିଆରଜି ଓ ସିଆରପିଏଫ୍‌ର ଯବାନମାନେ ମିଳିତ ଅପରେସନ୍‌ କରିଥିଲେ।

    ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ଝାଡ଼ଖଣ୍ଡରେ ଏକ ନକ୍ସଲ ଏନ୍‌କାଉଣ୍ଟର ‌ହୋଇଥିଲ।। ଝାଡ଼ଖଣ୍ଡ ପୁଲିସ ଓ କୋବ୍ରା ୨୦୯ ବାଟାଲିୟନ୍‌ର ଗୁଳିରେ ଜଣେ ନକ୍ସଲ ନିପାତ ହୋଇଥିଲା। ଘଟଣାସ୍ଥଳରୁ ଜଣେ ନକ୍ସଲର ମୃତଦେହ ମିଳିଥିଲା। ସେହିପରି ଇନ୍‌ସାସ୍‌ ରାଇଫଲ ଜବତ ହୋଇଥିଲା। ଦିନକୁ ଦିନ ନକ୍ସଲ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ନକ୍ସଲମାନେ ଆଉ ପୂର୍ବ ଭଳିସ୍ଥିତିରେ ନାହାନ୍ତି। ବଡ଼ବଡ଼ କ୍ୟାଡରର ମାଓବାଦୀମାନେ ନିପାତ ହୋଇସାରିଛନ୍ତି। ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ୧୦ ଜଣ ଏବଂ ନାରାୟଣପୁର ଜିଲ୍ଲାରେ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଲଗାତାର ପୁଲିସର ଚଢାଉରେ ନକ୍ସଲ ଏବେ ଭୟଭିତ ହୋଇ ସଂଗଠନ ଛାଡି ଆରମ୍ଭ କଲେଣି। ଯାହାଫଳରେ ନକ୍ସଲ ଆତ୍ମସମର୍ପଣ ଛଡା ଅନ୍ୟ ବାଟ ନାହିଁ। ଏହି କ୍ରମରେ ଆନ୍ଧ୍ର ଓଡିଶା ବଡର କମିଟିର ୨ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ଓ ୧ ଲକ୍ଷ ଲେଖାଏଁ ଘୋଷିତ ୪ ମାଓବାଦୀଙ୍କ ସମେତ ମୋଟ ୧୦ ଜଣ ନକ୍ସଲ ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.1 ° C
    38.1 °
    38.1 °
    22 %
    2.5kmh
    100 %
    Sat
    36 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ