Wednesday, October 14, 2026
28.9 C
Odisha

    ମାଲକାନଗିରିରେ ରହିବେ ଛତିଶଗଡ଼ ବିଧାୟକ

    ଆଗକୁ ପଢନ୍ତୁ

    ମାଲକାନଗିରି : ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ କୋଣ୍ଟା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ତଥା ପୂର୍ବତନ ଅବକାରୀ ବିଭାଗ ମନ୍ତ୍ରୀ ଲଛମା କବାସୀ ମାଲକାନଗିରିରେ ଆଶ୍ରୟ ନେଇଛନ୍ତି। ଛତିଶଗଡର ମଦ ଘୋଟାଲା ମାମଲାରେ ଗିରଫ ହୋଇ ରାୟପୁର କେନ୍ଦ୍ରୀୟ ଜେଲରେ ଦୀର୍ଘଦିନ ଧରି ବିଚାରାଧୀନ ବନ୍ଦୀ ଭାବେ ରହିଥିବା ଲଛମା କାବାସୀଙ୍କୁ ସୁପ୍ରିମ କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଲଛମା ସାକ୍ଷୀଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତାଙ୍କର ମାମଲା ବର୍ତ୍ତମାନ ମଧ୍ୟ ହାଇକୋର୍ଟରେ ବିଚାରାଧୀନ ରହିଛି। ଏହି କାରଣରୁ ସେ ଛତିଶଗଡ ରାଜ୍ୟରେ ରହିପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି। ଅଦାଲତ ନିର୍ଦେଶରେ ପୂର୍ବତନ ମନ୍ତ୍ରୀ ଲଛମା ଓଡିଶାର ମାଲକାନଗିରି ଜିଲ୍ଲାକୁ ଆସି ଆଶ୍ରୟ ନେଇଛନ୍ତି।

    ପଡୋଶୀ ତେଲେଙ୍ଗାନାରେ ମଧ୍ୟ କଂଗ୍ରେସ ଶାସନାଧୀନ ରହିଛି ଏବଂ ସେଠାରେ ମଧ୍ୟ ସେ ରହିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥିଲା। କିନ୍ତୁ ମାଲକାନଗିରି ଜିଲ୍ଲା ସହିତ ତାଙ୍କରର ନିର୍ବାଚନମଣ୍ଡଳୀର ଦୂରତା ମାତ୍ର ୨୦ କିଲୋମିଟର ଏବଂ ପ୍ରତି ନିର୍ବାଚନରେ ମାଲକାନଗିରି ଜିଲାରେ ସେ ପ୍ରତ୍ୟକ୍ଷ ଭାବେ ପ୍ରଚାର କରିଛନ୍ତି। ଏଠାରେ ତାଙ୍କର ଆଦିବାସୀ ବନ୍ଧୁମାନେ ରହିଥିବାରୁ ମାଲକାନଗିରିରେ ଆଶ୍ରୟ ନେବାକୁ ଉଚିତ ମଣିଲି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

    କଂଗ୍ରେସର ଜିଲ୍ଲା ସଭାପତି ଶ୍ରୀନିବାସ ରାଓ, ବିଧାୟକ ପ୍ରାର୍ଥୀ ମାଲା ମାଢି ପ୍ରମୁଖ ତାଙ୍କର ବନ୍ଧୁ। ଏଠାକାର ଚଳଣି ସହ ମୁଁ ଜଡିତ ରହିଥିବାରୁ ଏଠାରେ ରହିବାକୁ ମୁ ପସନ୍ଦ କରିଲି । ପରବର୍ତ୍ତୀ ରାୟ ନମିଳିଲା ପର୍ଯ୍ୟନ୍ତ ମାଲକାନଗିରିରେ ରହିବାକୁ ମନସ୍ଥ କରିଛି ବୋଲି ସେ କହିଛନ୍ତି। କଂଗ୍ରେସ ପକ୍ଷରୁ ତାଙ୍କୁ ଏଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ସ୍ଥାନୀୟ ରିକ୍ଲାମେସନ କଲୋନୀରେ ଏକ ସ୍ୱତନ୍ତ୍ର ଭଡା ଘରେ ତାଙ୍କର ରହିବା ନିମନ୍ତେ ବ୍ୟବସ୍ଥା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.9 ° C
    28.9 °
    28.9 °
    61 %
    2.6kmh
    91 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ