Thursday, August 7, 2025
29.8 C
Odisha

    ସୁସ୍ଥ ଯକୃତ ପାଇଁ ପ୍ରତିଦିନ ସକାଳୁ ଆପଣାନ୍ତୁ ଏହି ଉପାୟ

    ଆଗକୁ ପଢନ୍ତୁ

    ଆଜି କାଲି ଫ୍ୟାଟି ଲିଭର ଏକ ସାଧାରଣ ସମସ୍ୟା ହୋଇଗଲାଣି । ଖାଦ୍ୟପେୟ, ଅନିୟମିତ ଦିନଚର୍ଯ୍ୟା ଓ କମ୍ ଶାରିରୀକ ପରିଶ୍ରମ ଯୋଗୁଁ ଏହି ସମସ୍ୟା ବଢିବାରେ ଲାଗିଛି । ଯକୃତ ବା ଲିଭରରେ ଅତିରିକ୍ତ ଫ୍ୟାଟ୍ ଜମିବା ପରେ ଫ୍ୟାଟି ଲିଭର ହୋଇଥାଏ । ଯାହା ଫଳରେ ଲିଭର ସଠିକ୍ ରୂପେ କାମ କରିପାରିନଥାଏ । ସଠିକ୍ ସମୟରେ ଏହାକୁ ଧ୍ୟାନ ନଦେଲେ ଏହା ଗମ୍ଭୀର ରୋଗର କାରଣ ହୋଇପାରେ । କିନ୍ତୁ କିଛି ଛୋଟ ଛୋଟ ଅଭ୍ୟାସ ଯୋଗୁଁ ଆପଣ ଏଥିରୁ ରକ୍ଷା ପାଇପାରିବେ । ଆସନ୍ତୁ ଜାଣିବା..

    ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ଦ୍ବାରା ଲିଭର ଡିଟକ୍ସ ହେବାରେ ସାହାଯ୍ୟ ମିଳିଥାଏ । ଏହା ପାଚନ ପ୍ରକ୍ରିୟାକୁ ମଜଭୁତ କରିଥାଏ । ଆପଣ ଉଷୁମ ପାଣିରେ ଲେମ୍ବୁ ରସ ଓ ମହୁ ମିଶାଇ ମଧ୍ୟ ପିଇପାରିବେ । ଏହା ଦ୍ବାରା ଯକୃତର ଅତିରିକ୍ତ ଚର୍ବି କମିଥାଏ ।

    ସକାଳେ ଚା’ ବା କଫି ପିଇବା ଦ୍ବାରା ଲିଭର ଉପରେ ଚାପ ପଡିଥାଏ । ଆପଣ ଏହା ବଦଳରେ ଗ୍ରୀନ୍ ଟି ବା ହର୍ବାଲ ଟି ସେବନ କରିପାରିବେ । ଏହା ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।ସକାଳ ସମୟରେ ଯୋଗ ବା ହାଲୁକା ପରିଶ୍ରମକୁ ଦୈନନ୍ଦିନ ରୁଟିନରେ ଯୋଡନ୍ତୁ । ଏହା ଓଜନକୁ ନିୟନ୍ତ୍ରଣ କରିବା ସହ ଯକୃତରେ ଜମିଥିବା ଅତିରିକ୍ତ ଚର୍ବିକୁ ମଧ୍ୟ କମ୍ କରିଥାଏ ।

    ସକାଳ ଜଳଖିଆରେ ଫାଇବରରେ ଭରପୁର ଖାଦ୍ୟ ଯଥା ଦଲିଆ, ଫଳ ଓ ନଟ୍ସ ସାମିଲ କରନ୍ତୁ । ଏହା ପାଚନ କ୍ରିୟାକୁ ଉତ୍ତମ କରିବା ସହ ଯକୃତ ଚର୍ବିକୁ କମାଇବାରେ ସାହାଯ୍ୟ କରେ ।

    ସକାଳ ଜଳଖିଆରେ ଅଧିକ ଚିନି ଯୁକ୍ତ ଖାଦ୍ୟ ବଦଳରେ ଫଳ ମୂଳ ଚୟନ କରନ୍ତୁ । ଏହା ଯକୃତରେ ଚର୍ବି ବଢିବାରୁ ଅନେକ ପରିମାଣରେ ରୋକିଥାଏ ।

    ଯଦି ଆପଣ ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.8 ° C
    29.8 °
    29.8 °
    69 %
    1.4kmh
    98 %
    Thu
    30 °
    Fri
    27 °
    Sat
    30 °
    Sun
    32 °
    Mon
    31 °

    ସମ୍ବନ୍ଧିତ