Saturday, April 11, 2026
30.4 C
Odisha

    ସେନା ଗାଡ଼ି ଉପରେ ଆତଙ୍କୀ ଆକ୍ରମଣ : ୪ ଯବାନ ସହିଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାର ପାହାଡିଆ ଅଞ୍ଚଳରେ ଆତଙ୍କବାଦୀମାନେ ଭାରତୀୟ ସେନାର ଏକ ଗାଡି ଉପରେ ଆକ୍ରମଣ ଏବଂ ଏହାପରେ ଦୁଇ ପକ୍ଷଙ୍କ ମଧ୍ୟରେ ଗୁଳିମାଡ ହୋଇଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଯବାନ ସହିଦ ହୋଇଥିବା ବେଳେ ୪ ଯବାନ ଗୁରୁତର ହୋଇଥିବା ଜଣାପଡିଛି। ଆଜି ଜମ୍ମୁ-କଶ୍ମୀରର ଜମ୍ମୁ ଡିଭିଜନର କଠୁଆ ଜିଲ୍ଲାର ପାହାଡିଆ ଅଞ୍ଚଳରେ ଆତଙ୍କବାଦୀମାନେ ଏକ ସାମରିକ ଯାନ ଉପରେ ଆକ୍ରମଣ କରିଥିଲେ। ହମଲା କରିବା ପରେ ଆତଙ୍କବାଦୀମାନେ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ଏହାପରେ ସେନା ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରାଯାଇଥିଲା। ତେବେ ଯବାନଙ୍କୁ ଚକମା ଦେବା ପାଇଁ ଆତଙ୍କୀବାଦେ ଗୁଳିମାଡ଼ କରିବାରୁ, ସେନା ପକ୍ଷରୁ ପାଲଟା ଗୁଳିମାଡ କରାଯାଇଥିଲା। ଫଳରେ ଉଭୟ ପକ୍ଷ ମଧ୍ୟରେ ବଡ଼ଧରଣର ଗୁଳି ବିନିମୟ ଜାରି ରହିଥିବା ଜଣାପଡିଛି। ସେନା ପକ୍ଷରୁ ଅଧିକ ସଂଖ୍ୟକ ଯବାନ ଘଟଣାସ୍ଥଳକୁ ପଠା ଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ