Saturday, October 10, 2026
24.4 C
Odisha

    ସୈଫ୍ ଅଲ୍ଲୀ ଖାନ୍‌ଙ୍କ ଆକ୍ରମଣକାରୀ ଚିହ୍ନଟ: ୧ କୋଟି ଟଙ୍କା ଦାବି କରିଥିଲା

    ଆଗକୁ ପଢନ୍ତୁ

    ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ବଲିଉଡ୍‌ ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ତାଙ୍କ ଘର ଭିତରେ ଛୁରାମାଡ଼ କରିଥିବା ଆକ୍ରମଣକାରୀକୁ ପୁଲିସ ଚିହ୍ନଟ କରିଛି। ଚୋରି କରିବା ଉଦ୍ଦେଶ୍ୟରେ ଅଗ୍ନିଶମ ପ୍ରସ୍ଥାନ ସିଡି ଦେଇ ଅଭିନେତାଙ୍କ ଘରେ ଆକ୍ରମଣକାରୀ ପ୍ରବେଶ କରିଥିଲା ଏବଂ ସେଠାରେ କିଛି ଘଣ୍ଟା ଲୁଚି ରହିଥିଲା।  ରାତି ପ୍ରାୟ ସାଢ଼େ ୨ଟା ବେଳେ ପିଲାମାନଙ୍କ କୋଠରୀରେ ସୈଫ୍‌ଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଘରେ ଅଚାନକ ଜଣେ ଅଜ୍ଞାତ ବ୍ୟକ୍ତିକୁ ଦେଖି ଜଣେ ଗୃହ ସହାୟିକ ଚିତ୍କାର କରିଥିଲେ।

    ଏହାପରେ ସୈଫ୍ ଅଲ୍ଲୀ ଖାନ୍ କୋଠରୀ ଭିତରକୁ ଆସିବା ପରେ ଆକ୍ରମଣକାରୀ  ସହ ମୁହାଁମୁହିଁ ହୋଇଥିଲେ। ଆକ୍ରମଣକାରୀ ୧ କୋଟି ଟଙ୍କା ଦାବି କରିଥିଲା ଏବଂ ସୈଫ୍‌ ତାକୁ ରୋକିବାକୁ ଚେଷ୍ଟା କରିବାରୁ ୬ ଥର ଛୁରିମାଡ଼ କରିଥିଲା। ଏଥିରେ ସହାୟିକା ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ଏହାପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲା। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ୧୦ଟି ଟିମ୍ ଗଠନ କରିଛି। ଆକ୍ରମଣକାରୀ ସିଡ଼ି ବ୍ୟବହାର କରି ଘର ଭିତରକୁ ପଶିଥିଲା   ଓ ପଳାୟନ ସମୟରେ ମଧ୍ୟ  ସିଡ଼ି ବ୍ୟବହାର କରିଥିଲା।  ତା’ର ଫଟୋ ମୁମ୍ବାଇ ପୁଲିସ ଜାରି କରିଛି। ସୂଚନାଯୋଗ୍ୟ, ଆକ୍ରମଣ ପରେ ଖାନ୍‌ଙ୍କୁ ତାଙ୍କ ପରିବାର ଏବଂ କର୍ମଚାରୀମାନେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସୈଫ ଏବେ ବିପଦମୁକ୍ତ ଅଛନ୍ତି ଏବଂ ସୁସ୍ଥ ହେଉଛନ୍ତି ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ତଦନ୍ତାକାରୀ ପୁଲିସ  ଏହି ମାମଲାରେ ୨୫ରୁ ୩୦ଟି ସିସିଟିଭି ଫୁଟେଜ୍ କ୍ଲିପ୍  ସମୀକ୍ଷା କରିଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ