Tuesday, September 15, 2026
26 C
Odisha

    ସୌନ୍ଦର୍ଯ୍ୟ ପାଇଁ ଗୋଲମରିଚ : ଜାଣନ୍ତୁ କିପରି କରିବେ ବ୍ୟବହାର

    ଆଗକୁ ପଢନ୍ତୁ

    ଗୋଲମରିଚ କେବଳ ମସଲା ନୁହେଁ ଏଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଯାହା ଆମ ଶରୀର ପାଇଁ ଅନେକ ହିତକର ହୋଇଥାଏ । ଏଥିରେ ଥିବା ପିପରିନ୍ ନାମକ ତତ୍ବ ଏହାର ସ୍ବାଦ ବଢାଇଥାଏ । ଗୋଲମରିଚରେ ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ, ମାଙ୍ଗାନିଜ୍, ଜିଂକ୍, କ୍ରୋମିୟମ୍, ଭିଟାମିନ୍ ଏ ଓ ସି ଭଳି ପୋଷକ ତତ୍ବ ରହିଛି । ଗୋଲମରିଚ ତ୍ଵଚା ପାଇଁ ରାମବାଣ ସଦୃଶ। ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଏଥିରେ ବହୁତ ଗୁଣ ଭରି ରହିଛି ଯାହା ଆପଣଙ୍କର ସୌନ୍ଦର୍ଯ୍ୟକୁ ବଢାଇବାରେ ସାହାଯ୍ୟ କରିଥାଏ। ଏଥିସହ ଏହାକୁ ଅଲଗା ଅଲଗା ପ୍ରାକୃତିକ ଜିନିଷ ସହ ମିଶ୍ରଣ କରି ବ୍ୟବହାର କରିବା ଦ୍ବାରା ବ୍ଲାକ ହେଡ୍, ବ୍ରଣ, ଡାର୍କ ସ୍ପଟ୍ ଆଦି ସମସ୍ୟାରୁ ରକ୍ଷା ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବେ:-

    ଦହି ସହ ଗୋଲମରିଚର ବ୍ୟବହାର : ଗୋଲମରିଚ ପାଉଡର ସହ ଅଳ୍ପ କିଛି ଦହି ମିଶାଇ ଫେସପ୍ୟାକ୍ ତିଆରି କରନ୍ତୁ ଏବଂ ହାଲକା ଭାବେ ହାତରେ ନେଇ ୨ରୁ୩ ମିନିଟ୍ ମୁହଁରେ ଧିରେ ଧିରେ ମସାଜ୍ କରନ୍ତୁ । ଏହାପରେ ୧୦ ମିନିଟ୍ ପର୍ଯ୍ୟନ୍ତ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଶୁଖି ଯିବା ପରେ ଉଷୁମ ପାଣିରେ ମୁହଁ ଧୋଇନିଅନ୍ତୁ । ଏହା କରିବା ଦ୍ବାରା ମୃତ କୋଷ ସଫା ହେବା ସହ ତ୍ବଚା ନରମ୍ ହୋଇଥାଏ ।

    ମହୁ ସହ ଗୋଲମରିଚର ବ୍ୟବହାର : ଅଧା ଚାମଚ୍ ମହୁ ସହ ଗୋଲମରିଚ ପାଉଡରକୁ ଏକାଠି ମିଶାନ୍ତୁ ଏହାପରେ ମୁହଁରେ ହାଲୁକା ଭାବେ ଲଗାନ୍ତୁ । ଅଧ ଘଣ୍ଟା ପରେ ଉଷୁମ୍ ପାଣିରେ ପରିଷ୍କାର କରି ମୁହଁକୁ ଧୋଇ ନିଅନ୍ତୁ ଏହା କରିବା ଦ୍ବାରା ତ୍ବଚାରେ ସଙ୍ଗେ ସଙ୍ଗେ ଚମକ ଆସିଥାଏ ।

    ହଳଦୀ ସହ ଗୋଲମରିଚ : ହଳଦୀ ଓ ଗୋଲମରିଚ ମିଶ୍ରଣରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଓ ଆଣ୍ଟି-ଇନଫ୍ଲାମାଟୋରି ଗୁଣ ରହିଥାଏ ଯାହା ଫଳରେ ଏହାକୁ ବ୍ୟବହାର କରିବା ଦ୍ବାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥି ସହ ଜାଣିରଖନ୍ତୁ ଯେ, ଏକ ଚାମଚ୍ ହଳଦୀ ପାଉଡର, ଏକ ଚିମୁଟା ଗୋଲମରିଚ ପାଉଡର ସହ ୨ ଚାମଚ୍ ଗୋଲାପ ଜଳ ମିଶାଇ ଫେସପ୍ୟାକ୍ ତିଆରି କରନ୍ତୁ । ଏହାକୁ ତ୍ବଚାରେ ୧୦ ମିନିଟ ଯାଏଁ ଲଗାଇ ରଖନ୍ତୁ ଏହା ପରେ ହାଲୁକା ଉଷୁମ ପାଣିରେ ମୁହଁକୁ ଧୋଇ ନିଅନ୍ତୁ ।

    ଲୋସନ୍ ପ୍ୟାକ୍ ସହ ଗୋଲମରିଚର ତେଲ : ଯଦି ଆପଣଙ୍କ ତ୍ବଚାର କିଛି ଅଂଶ ସଫା ଆଉ କିଛି କଳା ହେଉଛି ତାହାଲେ ଗୋଲମରିଚ ତେଲ ସହ ଲୋସନ୍ ପ୍ୟାକ୍ ଏକାଠି କରି ସେହି ଅଂଶରେ ଲଗାନ୍ତୁ । ଏହି ଫେସ୍ ପ୍ୟାକ୍ ତିଆରି କରିବା ପାଇଁ ୧୦୦ମି.ଲି ବଡ କ୍ରିମ୍ ବା ଲୋସନ୍ ସହ ୩ ବୁନ୍ଦା ଗୋଲମରିଚ ତେଲ ଏକାଠି କରନ୍ତୁ ।

    କ୍ଷୀର ସହ ଗୋଲମରିଚ : ତ୍ବଚାର କ୍ଲିଜିଙ୍ଗ ପାଇଁ କ୍ଷୀର ଓ ଗୋଲମରିଚ ଅନେକ ଲାଭଦାୟକ ଅଟେ । ଏହା ଦ୍ବାରା ତ୍ବଚା ରୁଖ୍ୟବି ହୋଇ ନଥାଏ । ଅଳ୍ପ କ୍ଷୀରରେ ଗୋଲମରିଚ ପାଉଡର ମିଶାଇ ମୁହଁରେ କିଛି ସମୟ ଘସନ୍ତୁ ଏବଂ ୧୦ ମିନିଟ୍ ପରେ ହାଲକା ଉଷୁମ୍ ପାଣିରେ ଧୋଇନିଅନ୍ତୁ ।

    ଓଟମିଲ୍ ସହ ଗୋଲମରିଚ : ଓଟମିଲରେ ଏକ୍ସଫ୍ଲୋଏଟ୍ ଗୁଣ ରହିଥାଏ ଏବଂ ଗୋଲମରିଚ ପାଉଡରରେ ମୃତ କୋଷ ସଫା କରିବାର ଗୁଣ ରହିଥାଏ । ଏଥିପାଇଁ ୧/୪ ଚାମଚ୍ ଗୋଲମରିଚ ପାଉଡର୍, ୧ ଚାମଚ୍ ଓଟମିଲ୍ ଓ ଏହା ସହ ପାଣି ମିଶାଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ ଏବଂ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ ।

    ଆଲୋବେରା ଜେଲ୍ ସହ ଗୋଲମରିଚ : ତ୍ବଚାକୁ ଅଧିକ ମାତ୍ରାରେ ସୁନ୍ଦର କରିବା ପାଇଁ ୧ ଚାମଚ୍ ଆଲୋବେରା ଜେଲ୍ ସହ ଚିମୁଟାଏ ଗୋଲମରିଚ ପାଉଡର୍ ପେଷ୍ଟ୍ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ ଏବଂ ୧୦ ମିନିଟ୍ ପରେ ଉଷୁମ୍ ପାଣିରେ ଧୋଇ ନିଅନ୍ତୁ । ଏହାପରେ ଦେଖିବେ ଆପଣଙ୍କ ତ୍ବଚା ଦିନକୁ ଦିନ ଗ୍ଲୋ କରିବାକୁ ଲାଗିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    82 %
    0.8kmh
    8 %
    Tue
    27 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ