Sunday, October 4, 2026
30.6 C
Odisha

    ସୌମ୍ୟ ମୃତ୍ୟୁ ମାମଲା ; ଢେଙ୍କାନାଳରୁ ପ୍ରଦୀପ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସୌମ୍ୟ ମୃତ୍ୟୁ ମାମଲାରେ ବଢୁଛି ଗିରଫ ସଂଖ୍ୟା। ଏହି ମାମଲାରେ ମଙ୍ଗଳବାର ଆଉ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲିଅନ୍ତା ଥାନା ବେଣୁପୁର ଗାଁର ପ୍ରଦୀପ ମଙ୍ଗରାଜ (୪୬)। ଢେଙ୍କାନାଳରୁ ପ୍ରଦୀପକୁ ଗିରଫ କଲା କ୍ରାଇମବ୍ରାଞ୍ଚ। ସୌମ୍ୟ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି।

    ସୂଚନାନୁଯାୟୀ,ମେ’୨୮ (ଗୁରୁବାର) ସକାଳେ ରାଜଧାନୀ ଭୁବନେଶ୍ୱରର ପଟିଆ ସ୍ଥିତ ଏକ ହୋଟେଲ ‘ରେଗାଲ ଷ୍ଟେ’ରୁ ଆଉ ଜଣେ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ଜଣକ କଟକ ଗଙ୍ଗେଶ୍ୱର ଗଡ଼ାର ଅଶୋକ ଜେନା ଓରଫ ଗେଡା( ୪୫) ବର୍ଷ। ପୂର୍ବରୁ ଏଥିରେ ୧୧ ଜଣଙ୍କୁ ପୁଲିସ ଓ ୫ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଏକ ଅମାନୁଷିକ ହତ୍ୟାକାଣ୍ଡ ଘଟିଥିଲା। କଟକ ରେଳବାଇରେ କନଷ୍ଟେବଳ ଭାବେ କାର୍ଯ୍ୟରତ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଲୋକେ ପିଟିପିଟି ମାରି ଦେଇଥିଲେ। ତାଙ୍କର ହାତଗୋଡ଼ ବାନ୍ଧି ପଶୁ ଭଳି ନୃଶଂସ ଭାବେ ମାଡ଼ ମାରିବାରୁ ତାଙ୍କର ପ୍ରାଣ ଚାଲିଯାଇଥିଲା। ଘଟଣାର ତଦନ୍ତ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ