Wednesday, September 9, 2026
24.7 C
Odisha

    ସୌମ୍ୟ ହତ୍ୟା ମାମଲାରେ ଆସିଲା ଚାଞ୍ଚଲ୍ୟ ଖବର

    ଆଗକୁ ପଢନ୍ତୁ

    ଭୁବନେଶ୍ଵର  : ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ଚାଞ୍ଚଲ୍ୟ ଖବର। ସୌମ୍ୟ ହତ୍ୟା ମାମଲାରେ ଏଯାବତ୍ ୩୦ ଜଣଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ। ଏ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଙ୍ଗ, ପରିବାର ସମେତ ୩୦ ଜଣଙ୍କୁ ଜେରା କରାଯାଇଛି। ଆଜି ବି ଏକାଧିକଙ୍କୁ ଜେରା  କରାଯାଇଛି କ୍ରାଇମବ୍ରାଞ୍ଚର ସୂଚନା। ଜେରା କରାଯାଇଥିବା ବ୍ୟକ୍ତିଙ୍କ ଅଡିଓ ଭିଜୁଆଲ୍ ବୟାନ ରେକର୍ଡ ହୋଇଛି।

    ବାଲିଅନ୍ତାରେ ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ(ଏନ୍‌‌ଏଚ୍‌ଆର୍‌ସି) ସଦସ୍ୟଙ୍କ ତଦନ୍ତ ଶେଷ ହୋଇଛି। ତଦନ୍ତ ସମ୍ବନ୍ଧିତ କାଗଜପତ୍ର ଓ ରେକର୍ଡ କରାଯାଇଥିବା ଏକାଧିକ ବ୍ୟକ୍ତିଙ୍କ ବୟାନକୁ ତର୍ଜମା କରାଯିବ। ଅପରପକ୍ଷେ ସୌମ୍ୟଙ୍କ ବାନ୍ଧବୀର ଏକ ଅଡିଓ କଲ୍‌ ଓ ହ୍ବାଟ୍ସଆପ୍‌ ଚାଟ୍‌ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ପ୍ରଘଟ ଅଡ଼ିଓ ଅନୁସାରେ, ସୌମ୍ୟ ଏବଂ ଓମ୍‌ଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ବିବାଦ ରହିଥିଲା। ଫଳରେ ଓମ୍‌ଙ୍କ ଅଡୁଆ ବଢିଛି। ଏହାରି ଭିତରେ ଘଟଣା ଦିନ ସୌମ୍ୟଙ୍କ ସହିତ ଉପସ୍ଥିତ ଥିବା ଓମ୍‌ଙ୍କ ଉପରେ ସନ୍ଦେହ ବଢୁଛି। ସୂଚନା ଅନୁସାରେ ସତ୍ୟବିହାର ଜିମ୍‌ରେ ଟଙ୍କାକୁ ନେଇ ଜିମ୍ ମାଲିକ ଓ ସୌମ୍ୟଙ୍କ ଭିତରେ ଝଗଡ଼ା ହୋଇଥିଲା। ସୌମ୍ୟ ଜିମ୍ ଛାଡ଼ିବା ପରେ ଓମ୍ ବି ଜିମ୍ ଛାଡ଼ି ଦେଇଥିଲା। ଅଡ଼ଶପୁର ଜିମ୍‌କୁ ନ ଆସିବା ପାଇଁ ନିଜ ବାନ୍ଧବୀ ଜରିଆରେ ସୌମ୍ୟ ଓମ୍‌ଙ୍କୁ କହିଥିଲା। ସୌମ୍ୟ ହତ୍ୟା ପଛରେ ପୁରୁଣା ବିବାଦ ଲୁଚି ରହିଛି ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି। ଓମ୍‌ର ଭୂମିକା ବିଷୟରେ ଜାଣିବା ପାଇଁ ତା’ର କଲ୍ ରେକର୍ଡ ଯାଞ୍ଚ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।ଏନ୍‌ଏଚ୍‌ଆର୍‌ସିଙ୍କ ୨ ଜଣ ସଦସ୍ୟ ଗତ ସୋମବାର ଠାରୁ ୫ ଦିନ ଧରି ସୌମ୍ୟ ହତ୍ୟାକାଣ୍ଡର ରହସ୍ୟ ଓ ସତ୍ୟାସତ୍ୟ ଜାଣିବା ପାଇଁ ଓଡ଼ିଶା ଆସି ତନାଘନା ଚଳାଇଥିଲେ। ଘଟଣା ଘଟିଥିବା ରାମଚନ୍ଦ୍ରପୁର କାଜ, ମଉଜପୁରସ୍ଥିତ ସୌମ୍ୟଙ୍କ ଘର, କଟକ ଜିଆର୍‌ପି ଥାନା ଓ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଯାଇ ଏନ୍‌ଏଚ୍‌ଆର୍‌ସି ସଦସ୍ୟ ତଦନ୍ତ କରିଥିଲେ। ଏଥିସହ ଭୁବନେଶ୍ବରସ୍ଥିତ ରାଜ୍ୟ ଅତିଥିଭବନରେ ସୌମ୍ୟଙ୍କ ବନ୍ଧୁ ଓମ୍, ତାଙ୍କ ପରିବାର ସଦସ୍ୟ, ବାନ୍ଧବୀ, ଅଭିଯୋଗକାରିଣୀ, ଆମ୍ବୁଲାନ୍ସ ଓ ଟ୍ରକ୍‌ ଚାଳକ, ବାଲିଅନ୍ତା ଥାନା ପୂର୍ବତନ ଅଧିକାରୀ, କ୍ରାଇମ୍ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ, ଜୋନ୍‌ ଏସିପି, ଜିଆର୍‌ପି ଏସ୍‌ପି, ଶବ ବ୍ୟବଚ୍ଛେଦ ସମୟରେ ଉପସ୍ଥିତ ଥିବା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ଏବଂ ବ୍ୟବଛେଦ କରିଥିବା ଡାକ୍ତରଙ୍କ ସମେତ ୧୦ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ଏନ୍‌‌ଏଚ୍‌ଆର୍‌ସି ସଦସ୍ୟ ଜେରା କରିଥିଲେ। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ୩୦ରୁ ଅଧିକ ଲୋକଙ୍କୁ ଜେରା କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏନ୍‌ଏଚ୍‌ଆର୍‌ସି ସଦସ୍ୟ ତଦନ୍ତ ସାରି ଦିଲ୍ଲୀ ଫେରିଯାଇଥିବା ବେଳେ ଆଉ କ’ଣ ସବୁ ତଥ୍ୟ ସାମ୍ନାକୁ ଆସୁଛି ତାହା ଦେଖିବାକୁ ବାକି ରହିିଲା।

    ଅନ୍ୟପକ୍ଷରେ ଏହି ହାଇପ୍ରୋଫାଇଲ୍ ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ କେବଳ ଗିରଫଦାରିରେ ସୀମିତ ରହିଯାଇଛି। କ୍ରାଇମବ୍ରାଞ୍ଚ କାହିଁକି ଭିଡ଼ ହିଂସା ମାମଲା ରୁଜୁ କରୁନି ବୋଲି ସୌମ୍ୟଙ୍କ ପରିବାର ଅଭିଯୋଗ ଆଣୁଛନ୍ତି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ଟେକ୍ନୋଲୋଜି ମାଧ୍ୟମରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନେକ ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ମୋବାଇଲ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଯାହା ଡିଜିଟାଲ ପ୍ରମାଣପତ୍ର ମିଳିଛି, ସେହି ଆଧାରରେ ଲୋକଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି। ଏବେ ସୁଦ୍ଧା ୧୮ ଜଣ ଗିରଫ ହୋଇଛନ୍ତି, ଆଗକୁ ଗିରଫଦାରି ସଂଖ୍ୟା ବଢ଼ିବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    89 %
    1.3kmh
    100 %
    Tue
    25 °
    Wed
    31 °
    Thu
    28 °
    Fri
    27 °
    Sat
    29 °

    ସମ୍ବନ୍ଧିତ