Tuesday, July 21, 2026
23.8 C
Odisha

    ବଜ୍ରଘାତରେ ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ

    ଆଗକୁ ପଢନ୍ତୁ

    କେନ୍ଦୁଝର: ବଜ୍ରଘାତରେ ଚାଲିଗଲେ ସ୍ୱାମୀ ସ୍ତ୍ରୀ । ଏଭଳି ଅଭାବନିୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ରୁଟିଶିଳା ଗ୍ରାମରେ । ପ୍ରବଳ ବର୍ଷା ସହ ବଜ୍ରଘାତ ହୋଇଥିଲା । ଏହି ସମୟରେ କୁଟା ଭାଡ଼ି ତଳେ ଆଶ୍ରୟ ନେଇଥିବା ସମୟରେ ବଜ୍ରଘାତ ହେବାରୁ ଘଟିଥିଲା ଅଘଟଣ । ମୃତ ସ୍ୱାମୀ ବାଣେଶ୍ଵର ନାଏକ ଏବଂ ସ୍ତ୍ରୀ ସଞ୍ଜୁଳତା ନାଏକ । ଖବର ପାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଉଭୟଙ୍କୁ କେନ୍ଦୁଝର ମେଡିକାଲ ରେ ରଖଯାଇଛି ।

    ସୂଚନାଯୋଗ୍ୟ, ଗତମାସ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପାଲି ଗାଁରେ ଘଟିଥିଲା ଅଘଟଣ । ବଜ୍ରପାତରେ ସ୍ବାମୀ ଆଗରେ ଚାଲିଯାଇଥିଲା ସ୍ତ୍ରୀଙ୍କ ଜୀବନ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପାଲି ଗାଁରେ ଅଘଟଣ । ସୂଚନା ଅନୁସାରେ ଗାଁର ୩୫ ବର୍ଷୀୟା ଏଙ୍କି ମାଡକାମୀ ଓ ତାଙ୍କ ସ୍ୱାମୀ ଭିମା ମାଡକାମୀ ବିଲରେ ଥିଲେ । ଏଙ୍କି ମାଡକାମୀ ବାହାରକୁ ଯାଇଥିବା ବେଳେ ନିକଟସ୍ଥ ମହୁଲ ଗଛରେ ବଜ୍ରପାତ ହୋଇଥିଲା ।

    ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏପଟେ ସ୍ୱାମୀ ଭିମା ମାଡକାମୀ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଏମଭି- 79 ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମୃତ ଏଙ୍କିଙ୍କ ଦୁଇ ପୁଅ ଝିଅ ଥିବା ବେଳେ ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଓ ଝଡ଼ବର୍ଷା ଜାରି ରହିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    97 %
    1kmh
    100 %
    Tue
    24 °
    Wed
    25 °
    Thu
    25 °
    Fri
    28 °
    Sat
    30 °

    ସମ୍ବନ୍ଧିତ