Friday, October 2, 2026
29.9 C
Odisha

    ସ୍କିନ୍‌ରୁ ହେୟାର ଡାଇ ଦାଗ ଛଡ଼ାଇବା ପାଇଁ ୪ଟି ଟିପ୍ସ

    ଆଗକୁ ପଢନ୍ତୁ

    ଅନେକ ଲୋକ ପାର୍ଲର ନ ଯାଇ ଘରେ କେଶ ରଙ୍ଗ କରିଦିଅନ୍ତି। ଏହା ତ କମ୍‌ ଖର୍ଚ୍ଚରେ ହୋଇଯାଏ, କିନ୍ତୁ ଏମିତି କରିବା ଏକ ଅପରିଷ୍କାର ଉପାୟ। ଏହାଦ୍ୱାରା ଆପଣଙ୍କ ସ୍କିନ୍‌ରେ ହେୟାର ଡାଇର ରଙ୍ଗ ଲାଗିଯାଇଥାଏ। ବଜାରରେ ଅନେକ ହେୟାର ଡାଇ ଆସୁଛି, ଯାହା ସ୍କିନ୍‌କୁ କ୍ଷତି ପହଞ୍ଚାଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ ସ୍କିନ୍‌ରେ ଲାଗିଥିବା ହେୟାର ଡାଇରୁ ଛୁଟ୍‌କାରା ପାଇବାର କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା।

    ୧. ଆପଣ କାନ ଏବଂ ବାକ ଚାରିପଟେ ବେବି ଅଏଲ୍‌ କିମ୍ବା ପେଟ୍ରୋଲିୟମ୍‌ ଜେଲି ଲଗାନ୍ତୁ। ଏହା ଆପଣଙ୍କ ସ୍କିନ୍‌କୁ ମସୃଣ କରିଦେବ, ଯାହାଫଳରେ ହେୟାର ଡାଇର ରଙ୍ଗ ସହଜରେ ଛାଡ଼ିଯିବ।

    ୨. ସ୍କିନ୍‌ରେ ହେୟାର ଡାଇ ରଙ୍ଗ ଲାଗିଯାଇଥିଲେ, ସେଥିରେ ଆଲ୍‌କହଲ ଏବଂ ସାବୁନ୍‌ ଲଗାଇପାରିବେ। କଟନ୍‌ ବଲ୍‌ରେ କିଛି ଆଲ୍‌କହଲ ନେଇ ରଙ୍ଗ ଲାଗିଥିବା ସ୍ଥାନରେ ଧୀରେ ଧୀରେ ମାଲିସ୍‌ କରନ୍ତୁ। ଏହାପରେ ତାକୁ ଭଲ ଭାବେ ଧୋଇ ଦିଅନ୍ତୁ।

    ୩. ବେକିଂ ସୋଡା ଏବଂ ଡିସ୍‌ ଓ୍ଵାଶିଂ ଲିକ୍ୱିଡ୍‌କୁ ଭଲ ଭାବେ ମିକ୍ସ କରିଦିଅନ୍ତୁ। ତା’ ପରେ ଏହି ଫେଣଯୁକ୍ତ ମିଶ୍ରଣକୁ କପଡ଼ାରେ ନେଇ ପ୍ରଭାବିତ ସ୍ଥାନରେ ଧୀରେ ଧୀରେ ରଗଡ଼ନ୍ତୁ। ଯଦି ସମ୍ଭବ ଲେମ୍ବୁର ମାତ୍ରା ଥିବା ଡିସ୍‌ ଓ୍ଵାଶିଂ ଆପଣ ବ୍ୟବହାର କରିପାରିବେ।

    ୪. ଏକ କଟନ୍‌ କପଡ଼ାକୁ ଭିନେଗାରରେ ବୁଡ଼ାଇ ସ୍କିନ୍‌ରେ ଲଗାନ୍ତୁ। ଦେଖିବେ, ମାତ୍ର କିଛି ସମୟ ଭିତରେ ଡେୟାର ଡାଇ ଦାଗ ଲିଭିଯିବ। ଏହି ମୃତ କୋଶିକାଗୁଡ଼ିକୁ ଧୀରେ ଧୀରେ ହଟାଇବାରେ ସାହାଯ୍ୟ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ