Sunday, October 4, 2026
30.6 C
Odisha

    ପ୍ଲାଷ୍ଟିକ ଫୁଲର ବଢୁଛି ଚାହିଦା । ୟୁଟ୍ୟୁବ ଦେଖି ଭୋଗରାଇ ବାଡ଼ସରିସା ଗାଁ ମହିଳା ମାନେ ତିଆରି କରୁଛନ୍ତି ଫୁଲଦାନୀ,ବାହାଘର ଓ ଘରୋଇ ସାଜସଜା ପାଇଁ ମହିଳାଙ୍କୁ ମିଳୁଛି ଅର୍ଡର

    ଆଗକୁ ପଢନ୍ତୁ

    ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଆତ୍ମନିର୍ଭର ହୋଇଛନ୍ତି ସମୁଦ୍ର ଉପକୂଳବର୍ତ୍ତୀ ଗାଁର ୧୩ ଜଣ ମହିଳା । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ବାଡ଼ଶରିଶା ଗାଁର ସନ୍ତୋଷୀ ମାତା ଏସଏଚଜିର ମହିଳା ମାନେ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କିଛି ରୁଣ ନେଇ ସେଥିରେ ଛୋଟ ଏକ ବ୍ୟବସାୟ ଆରମ୍ଭ କରିଛନ୍ତି । ୧୫ ବର୍ଷ ତଳେ ବାଡ଼ସରିଷା ଗାଁର ୧୩ ଜଣ ମହଳାଙ୍କୁ ନେଇ ଏହି ଗ୍ରୁପ୍ ଗଠନ ହୋଇଥିଲା । ମହିଳା ମାନେ ପଶ୍ଚିମବଙ୍ଗ ବୁଲିବାକୁ ଯାଇଥିବାବେଳେ ଫୁଲଦାନୀ ଓ ଘରସଜ୍ଜା ସାମଗ୍ରୀ ତିଆରି କରିବା ପାଇଁ ମନସ୍ତ କରିଥିଲେ । ୟୁଟ୍ୟୁବ୍ ଦେଖି ଫୁଲଦାନୀ ତିଆରି କରିବା ଆରମ୍ଭ କଲେ । ମହିଳାଙ୍କ ଦ୍ବାରା ତିଆରି ହେଉଥିବା ଏହି ସବୁ ସାମଗ୍ରୀ ସ୍ଥାନୀୟ ବଜାରରେ ବିକି କିଛି ରୋଜଗାର କଲେ । ହେଲେ ସେଥିରେ ପରିଶ୍ରମ ଅନୁଯାୟୀ ସେତେଟା ଅର୍ଥ ମିଳୁ ନଥିଲା । ଧୀରେ ଧୀରେ ଆଖପାଖ ଅଂଚଳରେ ହେଉଥିବା ବାହାଘର ପ୍ରସେସନରେ ଏହି ଫୁଲର ବ୍ୟବହାର ହେଉଛି । ଏଥିପାଇଁ ମହିଳା ମାନଙ୍କୁ ଅର୍ଡର ମିଳୁଛି । ଯାହା ଦ୍ୱାରା ମହିଳାଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରିଛି ।ଗାଁ ଗହଳିରେ ମହିଳାଙ୍କ ହାତ ତିଆରି ଫୁଲ ଦାନୀ ଓ ଘର ସଜ୍ଜା ସାମଗ୍ରୀର ଅଧିକ ଚାହିଦା ରହିଛି । ଲୋକଙ୍କ ଚାହିଦାକୁ ନଜରରେ ରଖି ମହିଳା ମାନେ ଅଧିକ ମାତ୍ରା ତିଆରି କରୁଛନ୍ତି । ବିକ୍ରି କରିବା ପାଇଁ କୌଣସି ଦୋକାନ ବଜାରରେ ନଦେଇ ନିଜସ୍ୱ ଏକ ଦୋକାନ ଘର ଭଡା ନେଇ ସେଠାରେ ବିକ୍ରି କରୁଛନ୍ତି । ଯାହା ଦ୍ୱାରା ଅଧିକ ବିକ୍ରି ହୋଇପାରୁଛି । ସେଠାରୁ ବ୍ୟବସାୟୀ ମାନେ ସାମଗ୍ରୀ କିଣିବା ସହ ଛୋଟ ବଡ ବାହାଘରର ସାଜସଜ୍ଜା ପାଇଁ ଅର୍ଡର ନେଇ ପ୍ଲାଷ୍ଟିକ ଫୁଲକୁ ବିଭିନ୍ନ ପ୍ରକାର ଡିଜାଇନ କରି ବିକ୍ରି କରୁଛନ୍ତି। ପ୍ରତ୍ୟକ ଦିନ ଏହି କାମରେ ମହିଳା ମାନେ ଦୁଇ ରୁ ତିନି ଘଣ୍ଟା ସମୟ ଦେଇ ମାସକୁ ୨ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ତେବେ ଏହି ଗ୍ରୁପ ବର୍ଷକ ମଧ୍ୟରେ ପାଖାପାଖି ୨ ଲକ୍ଷ ଟଙ୍କା ରୋଜଗାର କଲେଣି । ଆଗାମୀ ଦିନରେ ସରକାରୀ ସ୍ତରରେ ଆର୍ଥିକ ସହାୟତା ସହ ଅଧିକ ପ୍ରଶକ୍ଷଣ ମିଳିଲେ ଆହୁରି ଉନ୍ନତି କରିପାରିବେ ବୋଲି କହିଛନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ