Saturday, April 11, 2026
33.7 C
Odisha

    ସ୍କୁଲରେ ଆଖିବୁଜା ଗୁଳିକାଣ୍ଡ, ୨ ପିଲାଙ୍କର ଚାଲିଗଲା ପ୍ରାଣ, ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ    :   ବୁଧବାର ସକାଳେ ଆମେରିକାର ମିନିଆପୋଲିସର ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଥିଲା। ଜଣେ ବନ୍ଧୁକଧାରୀ ଗୁଳି ଚଳାଇଥିଲେ ଏବଂ ଏଥିରେ ଦୁଇ ପିଲାଙ୍କ ମୃତ୍ୟୁ ହୋଇଥିଲା। ଏଥିସହ, ୧୭ ଜଣ ଆହତ ହୋଇଥିଲେ। ପୋଲିସର ସୂଚନା ଅନୁଯାୟୀ, ସ୍କୁଲରେ ଗୁଳି ଚଳାଇବା ପରେ ବନ୍ଧୁକଧାରୀ ନିଜକୁ ଗୁଳି କରି ପ୍ରାଣ ହରାଇଥିଲେ।

    ସୂଚନା ଅନୁଯାୟୀ, ମୃତ୍ୟୁବରଣ କରିଥିବା ଦୁଇ ପିଲାଙ୍କ ବୟସ ୮ ଏବଂ ୧୦ ବର୍ଷ। ଏହି ଆକ୍ରମଣ ଆନାନସିଆନ୍ ଚର୍ଚ୍ଚରେ ହୋଇଥିଲା, ଯେଉଁଥିରେ ଏକ ଗ୍ରାମାର ସ୍କୁଲ ମଧ୍ୟ ରହିଛି। ହସ୍ପିଟାଲର ଜଣେ ଅଧିକାରୀଙ୍କ ଅନୁଯାୟୀ, ଆହତ ୧୭ ଜଣଙ୍କ ମଧ୍ୟରୁ ୧୪ ଜଣ ପିଲା ଥିଲେ, ଯେଉଁମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିଲା।  ମିନିଆପୋଲିସ୍ ପୋଲିସ ମୁଖ୍ୟ ବ୍ରାଏନ୍ ଓ’ହାରା କହିଛନ୍ତି ଯେ, 20 ବର୍ଷ ବୟସର ବନ୍ଧୁକଧାରୀ ଜଣକ ଏକ ରାଇଫଲ୍, ଏକ ବନ୍ଧୁକ ଏବଂ ଏକ ପିସ୍ତଲ ଧରିଥିଲା।

    ପୋଲିସ ଏହା ମଧ୍ୟ କହିଛି ଯେ, ସନ୍ଦିଗ୍ଧ ବ୍ୟକ୍ତିଙ୍କର କୌଣସି ବଡ଼ ଅପରାଧିକ ରେକର୍ଡ ନାହିଁ। ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ମୁଖ୍ୟ କହିଛନ୍ତି ଯେ, ଧର୍ମସଭା ଚାଲିଥିବା ସମୟରେ ଚର୍ଚ୍ଚର ଝରକା ଦେଇ ଏକ ରାଇଫଲ ଦ୍ୱାରା ସେ ଗୁଳିଚାଳନା ଆରମ୍ଭ କରିଥିଲେ। ପ୍ରାର୍ଥନାରେ ବସିଥିବା ପିଲାମାନଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା। ସନ୍ଦିଗ୍ଧ ବ୍ୟକ୍ତି କୋଠା ଭିତରେ ବସିଥିବା ପିଲା ଏବଂ ଭକ୍ତଙ୍କ ଉପରେ ଗୁଳି ଚାଳନା କରିଥିଲା।

    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛନ୍ତି ଯେ, ତାଙ୍କୁ “ଦୁଃଖଦ ଗୁଳିକାଣ୍ଡ” ବିଷୟରେ ସୂଚନା ଦିଆଯାଇଛି ଏବଂ ହ୍ୱାଇଟ୍ ହାଉସ୍ ଏହି ପରିସ୍ଥିତି ଉପରେ ନଜର ରଖିଛି। ଟ୍ରମ୍ପ ଲେଖିଛନ୍ତି, ହ୍ୱାଇଟ୍ ହାଉସ୍ ଏହି ଭୟଙ୍କର ପରିସ୍ଥିତି ଉପରେ ନଜର ରଖିବ। ଦୟାକରି ମୋ ସହିତ ସାମିଲ ହୁଅନ୍ତୁ ଏବଂ ସମ୍ପୃକ୍ତ ସମସ୍ତଙ୍କ ପାଇଁ ପ୍ରାର୍ଥନା କରନ୍ତୁ!

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.7 ° C
    33.7 °
    33.7 °
    16 %
    2.6kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ