Thursday, April 23, 2026
30.7 C
Odisha

    ସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିବ ଫଳ, ଅଣ୍ଡା ଖାଉ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିଷ୍ପତ୍ତି

    ଆଗକୁ ପଢନ୍ତୁ

    ସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଏଣିକି ମିଳିବ ଫଳ । ଶିଶୁ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଫଳ ଖାଇବାକୁ ଦିଆଯିବ, ଯେଉଁମାନେ ଅଣ୍ଡା ଖାଇବେ ନାହିଁ । ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଧିକାରୀ । ଏଥିସହ ସରକାରୀ ସ୍କୁଲରେ ପୁଣି ଥରେ ଅତିଥି ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ସରକାର ଯୋଜନା କରୁଥିବା ଜାଣିବାକୁ ମିଳିଛି ।

    ଯେଉଁ ଛାତ୍ରୀଛାତ୍ରୀମାନେ ଅଣ୍ଡା ଖାଇବେ ନାହିଁ ସେମାନଙ୍କୁ ସେଓ, କଦଳୀ, ଆମ୍ବ ଭଳି ଫଳ ଦିଆଯିବ । ଗଣଶିକ୍ଷା ବିଭାଗ ଅଧିନ ପିଏମ୍‌ ପୋଷଣ ଯୋଜନାର ନୋଡାଲ ଅଧିକାରୀ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟାହ୍ନଭୋଜନ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ସପ୍ତାହକୁ ତିନି ଦିନ ଅଣ୍ଡା ଦେବାର ବ୍ୟବସ୍ଥା ରହିଛି । ସୋମବାର, ବୁଧବାର ଏବଂ ଶୁକ୍ରବାର ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ଅଣ୍ଡା ଦିଆଯାଏ । କିନ୍ତୁ ବହୁ ଛାତ୍ରଛାତ୍ରୀ ଅଣ୍ଡା ଖାଉନଥିବାରୁ ସେମାନେ ଖାଇବାରୁ ବଂଚିତ ରହିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତି ନେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.7 ° C
    30.7 °
    30.7 °
    15 %
    2.6kmh
    40 %
    Thu
    31 °
    Fri
    43 °
    Sat
    43 °
    Sun
    43 °
    Mon
    44 °

    ସମ୍ବନ୍ଧିତ