Sunday, July 12, 2026
27.3 C
Odisha

    ସ୍କୁଲ ରୋଷେଇ ଘରେ ନିଆଁଲାଗି ପାଚିକା ଆହତ, ଡାକ୍ତରଖାନାରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ନୀଳଗିରି : ସ୍କୁଲ ରୋଷେଇ ଘରେ ନିଆଁଲାଗି ପାଚିକା ଆହତ ।  ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ କାଣ୍ଡଗରଡି ପଞ୍ଚାୟତ କାଣ୍ଡଗରଡି ପ୍ରାଥମିକ ବିଦ୍ୟାଳୟରେ ସକାଳେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକେଜ୍ କରି ରୋଷେଇ କରୁଥିବା ପାଚିକାଙ୍କ ଶାଢ଼ିରେ ନିଆଁ ଲାଗି ଯାଇଥିଲା ।  ପାଚିକାଙ୍କ ଚିତ୍କାର ଶୁଣି ଶିକ୍ଷକ ଓ ସ୍ଥାନୀୟ ଲୋକମାନେ ପହଞ୍ଚି ନିଆଁକୁ ଆୟତ୍ତ କରି ପାଚିକାଦ୍ବୟଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ଆହତ ପାଚିକାଙ୍କ କହିବା ଅନୁସାରେ ଗ୍ୟାସ ଲିକ ସମ୍ପର୍କରେ ପୂର୍ବରୁ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ ।  ସେ ଗୁରୁତ୍ୱ ନଦେଇ ସହକାରୀ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ୱ ଦେଇ ଛୁଟିରେ ରହିଯାଇଥିଲେ ।  ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ଘଟଣା ଘଟିଥିବା ପାଚିକାଙ୍କ ପରିବାର ଓ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    69 %
    2.4kmh
    90 %
    Sun
    27 °
    Mon
    34 °
    Tue
    27 °
    Wed
    31 °
    Thu
    34 °

    ସମ୍ବନ୍ଧିତ