Monday, October 5, 2026
29.8 C
Odisha

    ସ୍କୋର୍ପିଓରେ ଗୋ’ ଚାଲାଣ

    ଆଗକୁ ପଢନ୍ତୁ

    ନୀଳଗିରି : ବିଳମ୍ବିତ ରାତିରେ ଏକ ସ୍କୋର୍ପିଓରେ ଅମାନୁଷିକ ଭାବେ ୭ଟି ଗୋରୁଙ୍କୁ ବାନ୍ଧି ମୟୁରଭଞ୍ଜ ଜିଲ୍ଲା ଉଦଳାରୁ ନୀଳଗିରି ଆଡକୁ ଆସୁଥିଲା ଏକ ସ୍କର୍ପିଓ । ଦ୍ରୁତ ଗତିରେ ଯାଉଥିବା ଏହି ଗାଡିକୁ ନେଇ ସନ୍ଦେହ ଉପୁଜିବା ଯୋଗୁ ପେଟ୍ରୋଲିଂରେ ଥିବା ବରହମପୁର ପୁଲିସ ଗୋଡ଼ାଇ ଥିଲା। ଗାଡିଟି ତରବରିଆ ଭାବେ ତିନିକୋଶିଆ ଜଙ୍ଗଲର ଚନ୍ଦ୍ରପୁର ଗାଁ ଭିତରେ ପଶି ଯାଇଥିଲା। ସ୍ଥାନୀୟ ଲୋକ ଉଠି ପଡିବାରୁ ସ୍କୋର୍ପିଓ ଛାଡି ବେପାରୀମାନେ ଚମ୍ପଟ ମାରିଛନ୍ତି। ଖବର ପାଇ ବରହମପୁର ପୁଲିସ ରାତିରେ ପହଞ୍ଚି ୭ଗୋରୁଙ୍କୁ ଉଦ୍ଧାର କରିଥିବା ବେଳେ ବ୍ୟବହୃତ ସ୍କୋର୍ପିଓ(ଓଡି-୦୧-ଡି-୦୦୨୫) ଗାଡିକୁ ଜବତ କରିଛି। ସୂଚନା ଯେ, କିଛିଦିନ ହେବ ନୀଳଗିରି ଓ ଆଖପାଖ ଅଞ୍ଚଳରୁ ଗୋରୁ ଚୋରି ହୋଇ ଚାଲିଥିବା ଯୋଗୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.8 ° C
    29.8 °
    29.8 °
    52 %
    1.6kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ