Monday, September 14, 2026
24 C
Odisha

    ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରିବା ସମୟରେ ଦୁର୍ଘଟଣା, ଚାଲିଗଲା ମାଆର ଜୀବନ

    ଆଗକୁ ପଢନ୍ତୁ

    ଯାଜପୁର : ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରିବା ସମୟରେ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ମାଆର ଜୀବନ । ଅଟୋ ପଛରେ ପିଟିଲା କାର। ସ୍ତ୍ରୀ ମୃତ, ସ୍ୱାମୀ ଓ ଶାଶୁ ଗୁରୁତର । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଜାରକା ଛକ ନିକଟରେ ଘଟିଛି ଦୁର୍ଘଟଣା । ଅଟୋଟି ଆନନ୍ଦପୁରର ବରପଦା ଅଞ୍ଚଳରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ।

    ଗତକାଲି ବ୍ରହ୍ମପୁର ଅଞ୍ଚଳର ବିଜୟ ପଣ୍ଡା, ସ୍ତ୍ରୀ ସବିତା ଓ ଶାଶୁ କୁନି ନିଜ ଅଟୋରେ ଝିଅ ଘରକୁ ସାବିତ୍ରୀ ଭାର ନେଇ ଯାଇଥିଲେ। ସ୍ୱାମୀ ବିଜୟ ପଣ୍ଡା ଅଟୋ ଚଲାଉଥିବା ବେଳେ ସ୍ତ୍ରୀ ସବିତା ଓ ଶାଶୁ କୁନି ଅଟୋ ପଛ ସିଟରେ ବସିଥିଲେ। ଜାରକା ଛକ ନିକଟରେ ଏକ କାର ଅଟୋକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଶାଶୁ ଓ ବୋହୂ ଦୁହେଁ ବାହାରକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ସବିତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୨ଜଣଙ୍କୁ ଧର୍ମଶାଳା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଜାରକା ବିଟ ହାଉସ ଓ ଧର୍ମଶାଳା ପୋଲିସ ପହଂଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24 ° C
    24 °
    24 °
    94 %
    1.1kmh
    65 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ