Monday, October 19, 2026
21.9 C
Odisha

    ସ୍ତ୍ରୀଙ୍କୁ ପିଟିପିଟି ମାରିଲା ସ୍ବାମୀ, ଅଭିଯୁକ୍ତ ଥାନାରେ ଅଟକ

    ଆଗକୁ ପଢନ୍ତୁ

    ପାଲଲହଡ଼ା  : ସ୍ତ୍ରୀଙ୍କର ଚରିତ୍ରକୁ ସନ୍ଦେହ କରି ପିଟିପିଟି ଠେଙ୍ଗାରେ ମାରିଦେଲା ସଇତାନ ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ପାଲଲହଡା ବ୍ଲକ ବତିସୁଆଁ ପଞ୍ଚାୟତର ତିରିବ ଗାଆଁରେ। ଗାଆଁର ସୌଭାଗ୍ୟ ମହାନ୍ତଙ୍କର ସ୍ତ୍ରୀ ହେମଲତା ମହାନ୍ତ ( ୩୫) ଗତକାଲି ସନ୍ଧ୍ୟା ବେଳେ ହେମଲତା ବିଳମ୍ବରେ ଫେରିଥିଲେ। ବିଳମ୍ବରେ ଫେରିବାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହେଇଥିଲା ଉତ୍ତେଜିତ ସ୍ୱାମୀ ସ୍ତ୍ରୀଙ୍କୁ ଠେଙ୍ଗାରେ ଅତି ନିର୍ମମ ଭାବେ ପିଟି ଚାଲିଥିଲା।

    ଏହାପରେ ହେମଲତାଙ୍କୁ ଗରୁତର ଅବସ୍ଥାରେ ଚିକିତ୍ସା ପାଇଁ ପାଲଲହଡା ମେଡିକାଲରେ ଭର୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ହେମଲତାଙ୍କର ଶବକୁ ଜବତ କରି ପୋଷ୍ଟପାର୍ଟମ ପାଇଁ ପଠେଇଛନ୍ତି। ଏଣେ ସ୍ୱାମୀକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ପୁଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ