Sunday, October 18, 2026
29.7 C
Odisha

    ସ୍ତ୍ରୀର ବେକ କାଟି ହତ୍ୟା ଉଦ୍ୟମ

    ଆଗକୁ ପଢନ୍ତୁ

    ଟାଙ୍ଗୀ: ସ୍ତ୍ରୀର ବେକ କାଟି ହତ୍ୟା ଉଦ୍ୟମ । ପତି ପତ୍ନୀ କଳହର ଚରମ ପରିଣତି। ରାଗରେ ସ୍ତ୍ରୀର ବେକ କାଟିଦେଲା ସ୍ବାମୀ। ଗୁରୁତର ଅବସ୍ଥାରେ ପତ୍ନୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବରୁଣପଡା ଗାଁରେ। ଅଭିଯୁକ୍ତ ସ୍ବାମୀ ଦିବାକର ଘଡ଼ାଇ ପତ୍ନୀ ଲିନାଙ୍କ ବେକ କାଟି ହତ୍ୟା ଉଦ୍ୟମ କରିଛି। ଦିବାକର ପେଷାରେ ଜଣେ ମସ୍ୟଜୀବୀ ।

    କିଛି ଦିନ ତଳେ ସେ ବାଙ୍ଗାଲୋର ପଳାଇଥିଲେ। ବାଙ୍ଗାଲୋରରୁ ଫେରିବା ପରେ ଦିବାକର ଓ ପତ୍ନୀ ଲିନାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଦିବାକର ପତ୍ନୀ ଲିନାଙ୍କ ବେକକୁ ଏକ ଛୁରିରେ କାଟି ଦେଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲିନାଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରା ଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.7 ° C
    29.7 °
    29.7 °
    59 %
    1.5kmh
    83 %
    Sun
    29 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ