Sunday, October 18, 2026
29.7 C
Odisha

    ନର୍ଲା ବିଧାୟିକାଙ୍କ ସରକାରୀ ବାସଭବନରେ ପୋଲିସର ଚଢାଉ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେଡି ବିଧାୟିକାଙ୍କ ଘରେ ପୋଲିସ ରେଡ୍ ପରେ ତେଜିଲା ରାଜନୀତି । ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ କେସିଙ୍ଗା ପୋଲିସର ଚଢ଼ାଉ । ଚଢ଼ାଉକୁ ନେଇ ରାଜ୍ୟ ରାଜନୀତି ସରଗରମ । ତହସିଲଦାରଙ୍କୁ ଧମକ ଦେବା ଅଭିଯୋଗରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ବିଜେଡି ଏହାକୁ ତୀବ୍ର ବିରୋଧ କରିଛି। ବିଧାୟିକାଙ୍କ ସ୍ୱାମୀ ଦୁର୍ଗାପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାରଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଜେଡି ଏହାକୁ ଏକ ‘ରାଜନୈତିକ ପ୍ରତିଶୋଧ’ ବୋଲି କହିବା ସହ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛି।

    ଗତ ଦୁଇଦିନ ତଳେ, ଭିଜିଲାନ୍ସ ଜାଲରେ ପଡିଥିଲେ ଏସଡିଓ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସଡ଼ିଓଙ୍କ ଘରେ ଚଢ଼ାଉ ହୋଇଥିଲା। ଗଞ୍ଜାମ ଭଞ୍ଜନଗର ଜଳସେଚନ ସହକାରୀ ଯନ୍ତ୍ରୀ ପଞ୍ଚୁ ବେହେରାଙ୍କ ସମ୍ପତ୍ତିର ଯାଞ୍ଚ କରିଥିଲା ଭିଜିଲାନ୍ସ । ପାଞ୍ଚଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ । ଚଢ଼ାଉରେ ସାମିଲ ଥିଲେ ଭିଜିଲାନ୍ସର ୩ ଡ଼ିଏସପି, ୭ ଇନିସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଥିଲା ଚଢ଼ାଉ । ପଞ୍ଚୁ ବେହେରାଙ୍କ ବ୍ରହ୍ମପୁର ବସନ୍ତବିହାରର ତିନି ମହଲା ଆବାସିକ ଘରେ ଚଢ଼ାଉ ହୋଇଥିଲା । ସେହିପରି ଭଞ୍ଜନଗର ସରକାରୀ କ୍ୱାଟର ସହ ଅଫିସରେ ମଧ୍ୟ ଯାଞ୍ଚ ଚାଲିଥିଲା । ପୋଲସରାରେ ଥିବା ପୈତୃକ ଘରେ ଭିଜିଲାନ୍ସ ରେଡ ଚାଲିଥିଲା । ବ୍ରହ୍ମପୁର ଭୀମନଗରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରୁଥିଲା ଭିଜିଲାନ୍ସ ଟିମ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.7 ° C
    29.7 °
    29.7 °
    59 %
    1.5kmh
    83 %
    Sun
    29 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ