Wednesday, April 1, 2026
27.7 C
Odisha

    ସ୍ତ୍ରୀ ଓ ପୁଅକୁ ଟାଙ୍ଗିଆରେ ହାଣିଥିବା ବାପାର ମିଳିଲା ମୃତଦେହ

    ଆଗକୁ ପଢନ୍ତୁ

    ଭୋଗରାଇ/କମର୍ଦ୍ଦା: ଗତକାଲି ସ୍ତ୍ରୀ ଓ ପୁଅକୁ ଟାଙ୍ଗିଆରେ ହାଣିଥିଲା ବାପା। ଆଜି ତାର ମୃତଦେହ ସୁବର୍ଣ୍ଣରେଖା ନଦୀ ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ଅଭିଯୁକ୍ତ ବାପା ପଲଟୁ ଜେନା ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଆଜି ସକାଳେ ଲୋକେ ନଦୀରେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ। ସେମାନେ କମର୍ଦ୍ଦା ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଖଇରପିପଳ ପଞ୍ଚାୟତ ଦହମୁଣ୍ଡା ଗ୍ରାମରେ ଗତକାଲି ଘଟିଥିଲା ଏକ ଅଭାବନୀୟ ଘଟଣା। ସ୍ତ୍ରୀ ଓ ପୁଅକୁ ଟାଙ୍ଗିଆରେ ହାଣିଥିଲା ବାପା ପଲଟୁ ଜେନା। ଘରୋଇ କଳହରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଇଥିଲା। ଅଭିଯୁକ୍ତ ଫେରାର ଥିବା ବେଳେ ଘରର କିଛି ଦୂରରୁ ଏକ ଧାରୁଆ ଟାଙ୍ଗିଆକୁ ଗାଁ ଲୋକେ ଉଦ୍ଧାର କରିଥିଲେ।ସୂଚନା ଅନୁଯାୟୀ ଅଭିଯୁକ୍ତ ପଲଟୁ ଜେନାର ଦୁଇଟି ପୁଅ ଅଛନ୍ତି। ସେମାନଙ୍କ ଭିତରୁ ଜଣକର ବୟସ ୫ ଓ ଆରଜଣକର ବୟସ ୨ ବର୍ଷ ବୋଲି ଜଣାଯାଇଛି। ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ପଲଟୁ ଜେନା ଓ ତାଙ୍କ ପରିବାରର ସମସ୍ତେ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସ୍ତ୍ରୀ ଓ ପୁଅକୁ ପ୍ରଥମେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.7 ° C
    27.7 °
    27.7 °
    49 %
    2.3kmh
    1 %
    Wed
    28 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ